34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ମଦ ପିଆଇଦେଲେ ଶିକ୍ଷକ

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ମଦ ପିଆଇଦେଲେ ଶିକ୍ଷକ

ଗାନ୍ଧୀନଗର: ଗୁରୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ସେ ଦେଇଥିବା ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ । ହେଲେ ଗୁଜୁରାଟର ଭଦୋଦରା ଏଭଳି ଘଟଣା ଘଟିଛି ଯାହା ଗୁରୁ ଓ ଶିଷ୍ୟର ସମ୍ପର୍କ ଉପରୁ ଭରଷା ତୁଟାଇବାକୁ ବାଧ୍ୟ କରିଛି । ଏଠାରେ ଜଣେ ଶିକ୍ଷକ ମନ୍ଦ ଉଦ୍ଦେଶ୍ୟ ରଖି ଜଣେ ଛାତ୍ରୀଙ୍କୁ ମଦ୍ୟପାନ କରାଇଛନ୍ତି । ଫଳରେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି । ଭଦୋଦରାର ନିଜାମପୁରା ଅଞ୍ଚଳର ଅର୍ପଣ କମ୍ପେ୍ଲକ୍ସରେ ଜଣେ ୧୫ ବର୍ଷୀୟ ଛାତ୍ରୀଙ୍କ ସହ ଟ୍ୟୁସନ୍ ଶିକ୍ଷକ ଏଭଳି ଆଚରଣ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଟ୍ୟୁସନ୍‌ରୁ ଫେରିବା ପରେ ସମ୍ପୃକ୍ତ ଛାତ୍ରୀ ଡେରିରେ ଘରକୁ ଫେରିଥିଲେ । ଶିକ୍ଷକ ଜଣକ ନିଜ କାର୍‌ରେ ଛାତ୍ରୀଙ୍କୁ ଘରେ ଛାଡ଼ି ଦେଇ ଯାଇଥିଲେ । ଛାତ୍ରୀଙ୍କ ଅବସ୍ଥା ଦେଖି ତାଙ୍କ ମାଆ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଏହାପରେ ଶିକ୍ଷକ ଜଣକ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ଦେଇଥିବା ଜଣା ପଡ଼ିଥିଲା । ଏହାକୁ ନେଇ ଛାତ୍ରୀଙ୍କ ମାଆ ସ୍ଥାନୀୟ ଫତେହଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପ୍ରଶାନ୍ତ ନାମକ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣଙ୍କ ଅଧା ଚେତା ଅବସ୍ଥାରେ ଟ୍ୟୁସନ୍ ସାର୍ ତାଙ୍କୁ ଥଣ୍ଡା ପାନୀୟ ଦେଇଥିବା କଥା କହିଛନ୍ତି । ଏହାପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking