31.1 C
Bhubaneswar
Friday, March 29, 2024
Homeଓଡିଶାହୋମ୍ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର

ହୋମ୍ କ୍ବାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର

ଭୁବନେଶ୍ୱର : ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ହୋମ୍ କ୍ୱାରାଣ୍ଟାଇନ୍‌ରେ ରହୁଥିବା ବ୍ୟକ୍ତିଙ୍କ ଘର ସମ୍ମୁଖରେ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରି ଲଗାଯିବ। ଏ ନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଣିକି ହୋମ୍ କ୍ୱାରାଣ୍ଟାଇନ୍‌ରେ ଯେଉଁମାନେ ରହିବେ ସେମାନଙ୍କ ଘର ଦ୍ୱାରରେ ଷ୍ଟିକର ଲାଗିବ। ଯେଉଁମାନଙ୍କ ହୋମ୍ କ୍ୱାରାଣ୍ଟାଇନ ଶେଷ ହୋଇଯିବ ସେମାନଙ୍କ ଘର ଦ୍ୱାରରୁ ଷ୍ଟିକର ଉଠାଇ ଦିଆଯିବ। ଷ୍ଟିକରରେ ହୋମ୍ କ୍ୱାରାଣ୍ଟାଇନରେ ଥିବା ସନ୍ଦିଗ୍ଧ ଓ ତାଙ୍କ ପରିବାରର ସବିଶେଷ ତଥ୍ୟ ରହିବ। କେହି ଜଣେ ବି ତାଙ୍କ ଘରକୁ ନ ଯିବା ପାଇଁ ଗୋଷ୍ଠୀସମୂହଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଗଣମାଧ୍ୟମକୁ ସେଠାକୁ ଯିବା ପାଇଁ ଆଦୌ ଅନୁମତି ମିଳିବ ନାହିଁ। ଏଥିସହ ଗଣମାଧ୍ୟମ ସେମାନଙ୍କ ସମ୍ପର୍କରେ କିଛି ବି ପ୍ରସାର କରିପାରିବେ ନାହିଁ। ଯେଉଁମାନେ ହୋମ୍ କ୍ୱାରାଣ୍ଟାଇନ୍‌ରେ ରହିବେ ସେମାନଙ୍କ ତାଲିକା ସ୍ଥାନୀୟ ଥାନାରେ ରହିବ। ରାଜ୍ୟ ବାହାରୁ ଆସୁଥିବା ଲୋକେ ଯେପରି ହୋମ କ୍ବାରାଣ୍ଟାଇନ୍ ବା ପୃଥକ ବାସରେ ରହିବେ, ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି, କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking