38.8 C
Bhubaneswar
Friday, April 19, 2024
Homeଅପରାଧସାବତ ମା’ର ଟଙ୍କା ଲୋଭ

ସାବତ ମା’ର ଟଙ୍କା ଲୋଭ

କେନ୍ଦ୍ରାପଡ଼ା: ଅର୍ଥ ଲୋଭରେ ସାବତ ମା’ ଦୁଇ ଝିଅଙ୍କୁ ଅପହରଣ କରିନେଇ ମୁଣ୍ଡ ଜାମିନ୍‌ ରଖିଛି । ୨ ଲକ୍ଷ ଟଙ୍କା ଦେଲେ ଝିଅଙ୍କୁ ଛାଡ଼ିବ ବୋଲି ସ୍ୱାମୀଙ୍କୁ ଫୋନ୍‌ରେ ଧମକ ବି ଦେଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ମହାକାଳପଡ଼ା ବ୍ଲକ୍‌ ବଉଳକଣି ଗ୍ରାମ (ଅରୁଣନଗର)ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଘଟଣାଟି ୧୫ ଦିନ ତଳର ହୋଇଥିଲେ ହେଁ ଅପହୃତା ଦୁଇ ନାବାଳିକାଙ୍କ ବାପା ବୁଧବାର ଏ ସଂପର୍କରେ ଜିଲ୍ଲା ଏସ୍‌ପି ଓ ଜିଲ୍ଲା ମଙ୍ଗଳ କମିଟି ଅଧ୍ୟକ୍ଷଙ୍କୁ ଭେଟି ଫେରାଦ୍‌ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ଜିଲ୍ଲା ଏସ୍‌ପିଙ୍କ କାର୍ଯର୍୍ୟାଳୟରୁ ନିର୍ଦ୍ଦେଶ ଜାରି ହେବା ପରେ ଜମ୍ବୁ ପୁଲିସ ଏବେ ୨ ଝିଅଙ୍କୁ ଉଦ୍ଧାର କରିବା ପାଇଁ ତତ୍ପର ହୋଇ ଉଠିଛି ।

ଅଭିଯୋଗରୁ ପ୍ରକାଶ, ବଉଳକଣି ଗ୍ରାମ (ଅରୁଣନଗର)ରେ ରହୁଥିବା ଆଲୋକ ଅଧିକାରୀ ପେସାରେ ରାଜମିସ୍ତ୍ରୀ । ଚଳିତ ମାସ ୫ ତାରିଖରେ ସେ କାମ ସାରି ଘରକୁ ଫେରି, ଘରେ ଦ୍ୱିତୀୟ ପତ୍ନୀ ପ୍ରତିମା ମଣ୍ଡଳ ଏବଂ ଦୁଇ ଝିଅ ସୀମା(୧୩) ଓ ପାର୍ବତୀ(୯) ଘରେ ନଥିବା ଦେଖିଥିଲେ । ଅପରପକ୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ସୁବ୍ରତ ଖଟ ଗୋଡ଼ରେ ବନ୍ଧା ହୋଇ ପଡ଼ିଥିଲେ । ତାଙ୍କୁ ଖଟ ଗୋଡ଼ରେ ବାନ୍ଧି ଦେଇ ୨ ଝିଅଙ୍କୁ ସାଙ୍ଗରେ ଧରି ପ୍ରତିମା କେଉଁଆଡ଼େ ପଳାଇଥିବା ସୁବ୍ରତ କହିଥିଲେ ।

ଆଲୋକ ପତ୍ନୀ ଓ ୨ ଝିଅଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ । ଝିଅମାନଙ୍କୁ ସାଙ୍ଗରେ ନେବା ବେଳେ ଗାଁ ଲୋକେ ପଚାରିବାରୁ ଝିଅମାନଙ୍କୁ ପୋଷାକ କିଣାଇଦେବା ପାଇଁ ସେ ସାଙ୍ଗରେ ନେଇ ଯାଉଛନ୍ତି ବୋଲି ପ୍ରତିମା କହିଥିବା ଜଣାପଡ଼ିଥିଲା । ଏଣେ ଘରେ ଥିବା ନଗଦ ୩୮ ହଜାର ଟଙ୍କା, ୨ଟି ସୁନାମୁଦି ଓ ରୁପା ଚେନ୍‌ ଆଦି ମିଳି ନଥିଲା । ଏ ସଂକ୍ରାନ୍ତରେ ଗତ ୬ ତାରିଖ ଦିନ ଆଲୋକ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ବେଳେ ସେ ପ୍ରତିମାଙ୍କୁ ୩ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ । ପ୍ରତିମାଙ୍କ ବାପଘର ସ୍ଥାନୀୟ ସୁନତି ପଞ୍ଚାୟତର ପାଞ୍ଚଗୋଚ୍ଛିଆ ଗ୍ରାମରେ । ଦୁଇ ଝିଅଙ୍କୁ ନ ପାଇ ମନସ୍ତାପରେ ଥିବା ଆଲୋକଙ୍କ ନିକଟକୁ ଗତ ୧୧ ତାରିଖ ରାତି ୯ଟାରେ ଏକ ଫୋନ୍‌ କଲ୍‌ ଆସିଥିଲା । ଏହି ଫୋନ୍‌ ତାଙ୍କ ଦ୍ୱିତୀୟ ପତ୍ନୀ ପ୍ରତିମା କରିଥିଲେ । ଫୋନ୍‌ରେ ସେ ତାଙ୍କୁ ଧମକ ଦେବା ସହ ‘୨ଲକ୍ଷ ଟଙ୍କା ଦିଅ, ତୁମ ଦୁଇ ଝିଅଙ୍କୁ ନେଇଯାଅ’ ବୋଲି କହିଥିଲେ ।

ପରିକି ଟଙ୍କା ତାଙ୍କ ମା’ଙ୍କୁ ଦେଇ ଆସିବାକୁ କହିଥିଲେ । ଏହା ପରେ ପୁଣି ଥରେ ତାଙ୍କୁ ଫୋନ୍‌ ଆସିଥିଲା ଓ ସେମାନେ ଦୁବାଇରେ ଥିବା ପ୍ରତିମା କହିଥିଲେ । ଟଙ୍କା ନ ଦେଲେ ଝିଅମାନଙ୍କର କିଡ୍‌ନୀ ବିକ୍ରି କରିଦେବେ ବୋଲି ଧମକ ବି ଦେଇଥିଲେ । ୧୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ୪-୫ଥର ପ୍ରତିମା ଆଲୋକଙ୍କ ପାଖକୁ ଫୋନ୍‌୍‌ କରିଥିବା ଆଲୋକ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି । ଜମ୍ବୁ ପୁଲିସ ପାଖରୁ ନ୍ୟାୟ ନ ପାଇବାରୁ ଆଜି ସେ ଏସ୍‌ପି ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ କରିଥିଲେ ।

ଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ କହିଛନ୍ତି ଯେ ଆମେ ଏ ଅଭିଯୋଗ ପାଇଛୁ । ଘଟଣାର ଅନୁସନ୍ଧାନ ଚାଲିଛି । ଅପରପକ୍ଷରେ ଏସ୍‌ପି ମଦକର ସନ୍ଦିପ ସମ୍ପଦ ଘଟଣାର ତଦନ୍ତ କରିବାକୁ ଜମ୍ବୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଜମ୍ବୁ ସାମୁଦ୍ରିିକ ଥାନା ଅଧିକାରୀ ପରେଶ ମହାନ୍ତି କହିଛନ୍ତି, ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଯେଉଁ ମୋବାଇଲ୍‌ ନମ୍ବରରୁ କଲ୍‌ ଆସିଥିଲା, ତାହାର ଲୋକେସନ ଟ୍ରେସିଂ ପାଇଁ ଚେଷ୍ଟା ଚାଲିଛି । ଖୁବ୍‌ ଶୀଘ୍ର ସତ ଜଣାପଡ଼ିବ ଓ ଅପହୃତା ଉଦ୍ଧାର ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking