29.1 C
Bhubaneswar
Friday, April 26, 2024
Homeଓଡିଶାସାବତ ମା’ ଝିଅ ସାଥିରେ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ....

ସାବତ ମା’ ଝିଅ ସାଥିରେ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ….

ଗଞ୍ଜାମ : ଧରାକୋଟ ଥାନା ଅନ୍ତର୍ଗତ ହିରାଖଣ୍ଡି ଗ୍ରାମର ୧୭ ବର୍ଷୀୟ ଯୁବତୀ ଝରଣା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସାବତ ମା ‘ ବିଷ ଦେଇ ମାରିଥିବା ନେଇ ହିରାଖଣ୍ଡି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ଏଏସ୍‌ଆଇ ବଳରାମ ରାଉତ କହିଛନ୍ତି ।

ହିରାଖଣ୍ଡି ଗ୍ରାମ ସଭାପତି ପଦ୍ମଚରଣ ପ୍ରଧାନଙ୍କ କହିବା ପ୍ରକାରେ ଗ୍ରାମର ଶିବରାମ ଦାସଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ବର୍ଷ ତଳେ ବିଳାସ ଦାସଙ୍କ ସହ ବିବାହ କରିଥିଲେ । ଶିବରାମଙ୍କ ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ପୁଅ ଓ ଝିଅ ରହିଛି । ହେଲେ ସାବତ ପୁଅ ମୁନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ବେଳେ ସାବତ ଝିଅ ଝରଣା ସାବତ ମା ‘ ପାଖରେ ରହୁଥିଲେ । ବାପା ଶିବରାମ ମଧ୍ୟ କେରଳରେ ରହୁଥିବା ବେଳେ ସାବତ ମା ‘ ଝିଅ ଝରଣାକୁ ବାରମ୍ବାର ଅସହ୍ୟ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ଗ୍ରାମବାସୀ ମଧ୍ୟ ବହୁବାର ବିରୋଧ କରୁଥିଲେ । ସବାତ ମା’ ହଠାତ୍ ଝରଣାକୁ କ ‘ଣ ହୋଇଯାଇଛି ବୋଲି ପଡିଶା ଘର ଆଖପାଖ ଲୋକଙ୍କୁ ଜଣାଇଥିଲେ । ଝରଣାକୁ ଆସିକା ମେଡିକାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିପାରୁନାହାନ୍ତି । ଗ୍ରାମବାସୀ ଏକତ୍ରିତ ହୋଇ ଶବକୁ ପୋଡିବାକୁ ନ ଦେଇ ଧରାକୋଟ ପୋଲିସକୁ ଖବର ଦେଇଥିଲେ । ଝରଣାଙ୍କ ସାବତ ମା’ହିଁ ବିଷ ଦେଇ ମାରିଥିବା ନେଇ ଗ୍ରାମବାସୀ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ଧରାକୋଟ ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ମୃତକଙ୍କ ସାବତ ମାଆ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଝିଅ ଝରଣା କେଉଁ ପୁଅ ସହ ଫୋନରେ କଥା ହେଉଥିବାରୁ ସେ ଝିଅକୁ ରାସ୍ତାକୁ ଆଣିବା ପାଇଁ ତାଗିଦ୍ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking