ଶିଶୁ ମୃତଦେହ ହସପିଟାଲ ସାମନାରେ ରଖି ବିକ୍ଷୋଭ କଲେ ଗ୍ରାମବାସୀ

ଯାଜପୁର:କଳିଙ୍ଗନଗର ଷ୍ଟିଲ୍ ସିଟି ହସପିଟାଲରେ ଅଭାବନୀୟ ଘଟଣା। ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ପ୍ରସୂତୀ କାଳୀନ ମୃତ୍ୟୁ ଅଭିଯୋଗ । ଘଟଣାକୁ ନେଇ ହସପିଟାଲ ପରିସରରେ ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି । ଶିଶୁ ମୃତଦେହ ହସପିଟାଲ ସାମନାରେ ରଖି ବିକ୍ଷୋଭ କଲେ ଗ୍ରାମବାସୀ । ଶିଶୁର ମୃତ୍ୟୁ ପାଇଁ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଦମ୍ପତ୍ତି । ପ୍ରସୂତୀ ମହିଳାଙ୍କ ନାଁ ଦଶମା ସଏ ହୋଇଥିବା ବେଳେ ସ୍ବାମୀଙ୍କ ନାଁ ମଧୁ ସଏ ବୋଲି ଜଣାପଡିଛି । ଦମ୍ପତ୍ତିଙ୍କ ଘର କଳିଙ୍ଗନଗର ଶିଳ୍ପାଞ୍ଚଳ ଗୋବରଘାଟି ପଞ୍ଚାୟତର ମଧୁବନ ଅଞ୍ଚଳରେ ବୋଲି ଜଣାପଡିଛି । ଆମ୍ବୁଲାନ୍ସ ସେବା ଓ ଅକ୍ସିଜେନ ଅଭାବରୁ ଜନ୍ମିତ ଶିଶୁର ମୃତ୍ୟୁ ଘଟିଥିବା କହିଛନ୍ତି ପରିବାର ଲୋକ । ଏଥିପାଇଁ ହସପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଚିକିତ୍ସା ଅବହେଳାକୁ ଦାୟୀ କଲେ ମୃତ ଶିଶୁର ପିତା ଓ ପରିବାର ଲୋକ । ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ ।