28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପତ୍ନୀଙ୍କ ବିୟୋଗରେ ନିର୍ମାଣ କଲେ ଏମିତି ପ୍ରତିମୂର୍ତ୍ତି

ପତ୍ନୀଙ୍କ ବିୟୋଗରେ ନିର୍ମାଣ କଲେ ଏମିତି ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: କୁହନ୍ତି ପ୍ରେମ ଶାସ୍ଵତ୍ତ। ପ୍ରେମ କରିବା କିମ୍ଵା ପ୍ରେମକୁ ଜାହିର କରିବାକୁ କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନଥାଏ। ଏଭଳି ଏକ ଶାସ୍ଵତ୍ତ ପ୍ରେମର ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ। କର୍ଣ୍ଣାଟକର ଜଣେ ଉଦ୍ୟୋଗପତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ ଏକ ପ୍ରତିମୂର୍ତ୍ତି ତିଆରି କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହି ଉଦ୍ୟୋଗପତି ଶ୍ରୀନିବାସ ଗୁପ୍ତା କୋପଲରେ ନିର୍ମିତ ତାଙ୍କ ନୂଆ ଘରର ଗୃହ ପ୍ରବେଶ ଦିନ ତାଙ୍କ ସ୍ଵର୍ଗୀୟ ପତ୍ନୀଙ୍କ ସ୍ମୃତିରେ ଏକ ସିଲିକନ ଭ୍ୟାକ୍ସର ମୂର୍ତ୍ତି ନିର୍ମାଣ କରିଛନ୍ତି।
୨୦୧୭ରେ ଶ୍ରୀନିବାସ ଗୁପ୍ତାଙ୍କ ପତ୍ନୀ ମାଧୱୀଙ୍କ ଏକ କାର ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଥିଲା। ଏହାପରେ ଶ୍ରୀନିବାସ ତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ତିଆରି ପାଇଁ ମନସ୍ଥ କରିଥିଲେ। ବହୁ ନାମୀ ଦାମୀ ଆର୍କିଟେକ୍ଟଙ୍କ ପରିଶ୍ରମରେ ମାଧବୀଙ୍କ ଏକ ମହମ ମୂର୍ତ୍ତି ନିର୍ମାଣ କରାଯାଇଛି। ମାଧବୀଙ୍କ ଏହି ପ୍ରତିମୂର୍ତ୍ତିରେ ଏକ ଉଜ୍ଜ୍ୱଳ ମ୍ୟାଜେଣ୍ଟା ସାଢି ସହ ସ୍ଵର୍ଣ୍ଣ ଅଳଙ୍କାର ପିନ୍ଧା ଯାଇଛି। ପ୍ରତିମାକୁ ଏକ ସୋଫା ଉପରେ ସ୍ଥାନିତ କରାଯାଇଛି।
ଶ୍ରୀନିବାସଙ୍କ କହିବା ଅନୁଯାୟୀ, ତାଙ୍କର ଏହି ନୀତନ ଘର ମାଧବୀଙ୍କ ସ୍ଵପ୍ନର ଘର ଥିଲା। ମାଦବୀଙ୍କ ପ୍ରତିମା ତିଆରି ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଛି। ଯାହାକୁ ବେଙ୍ଗାଲୁରୁରର କଳାକାର ଶ୍ରୀଧର ମୂର୍ତ୍ତି ନିର୍ମାଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking