25.1 C
Bhubaneswar
Sunday, February 16, 2025
Homeଓଡିଶାରୋଟାରୀ କ୍ଲବ୍ ସଭାପତି ଏବଂ ସମ୍ପାଦକଙ୍କ ପାଇଁ ଆୟୋଜିତ ହେଲା ରାଜ୍ୟ ପ୍ରଶିକ୍ଷଣ ଶିବିର "ବାହୁବଳୀ"

ରୋଟାରୀ କ୍ଲବ୍ ସଭାପତି ଏବଂ ସମ୍ପାଦକଙ୍କ ପାଇଁ ଆୟୋଜିତ ହେଲା ରାଜ୍ୟ ପ୍ରଶିକ୍ଷଣ ଶିବିର “ବାହୁବଳୀ”

ଭୁବନେଶ୍ୱର:  ସମାପ୍ତ ହୋଇଯାଇଛି ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ପ୍ରଶିକ୍ଷଣ ଶିବିର “ବାହୁବଳୀ” (PETs / SETs), ଯେଉଁଥିରେ ୧୨୦ ରୋଟାରୀ କ୍ଲବର ସଭାପତି ଏବଂ ସମ୍ପାଦକଙ୍କୁ ମିଳିଲା ତାଲିମ l ପ୍ରଥମ ମହିଳା ରୋଟାରୀ ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀ ବର୍ଷ ୨୩-୨୪ ପାଇଁ ରାଜ୍ୟରେ ଥିବା 4500 ରୋଟାରିୟାନସ୍ ମାନଙ୍କୁ ଉତ୍ସାହିତ କରିଥିଲେ ବିଶ୍ୱରେ ଆଶା ସୃଷ୍ଟି କରିବା ପାଇଁ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଡିଆର ଗର୍ବ ତଥା ରୋଟାରୀ ଆନ୍ତର୍ଜାତୀୟ ସଭାପତି ୨୧-୨୨, ଶ୍ରୀ ଶେଖର ମେହେଟ୍ଟା ଯୋଗଦେଇଥିଲେ l ବାହାରକୁ ଯାଇ ସେବା କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ |

ଅତିଥି ତଥା ସମ୍ମାନିତ ପିଡିଜି ରୋନ୍ ଡେନହମ୍, WASRAGs ର ଚେୟାର୍ ଏମିରିଟସ୍, ଯିଏ କି ଜଳ ଏବଂ ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସର୍ବ ବୃହତ ଫେଲୋସିପ୍ ଗ୍ରୁପ୍, ରାଜ୍ୟରେ ନିଆଯାଇଥିବା ଆନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଦଶ ଜଣ ଅତୀତର ବିଶିଷ୍ଟ ରୋଟାରୀ ସଭାପତିମାନେ କ୍ଲବ ଲିଡରମାନଙ୍କୁ ତାଲିମ ଦେଇଥିଲେ l ଏକ ସ୍ୱତନ୍ତ୍ର କର୍ପୋରେଟ ପ୍ୟାନେଲ, Cil ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଏବଂ ଟାଟା ଷ୍ଟିଲର ଅମ୍ବିକା ପ୍ରସାଦ ନନ୍ଦା, ହେଡ ସିଏସଆର ଓଡିଶା ସହ ସହଯୋଗ ଓ ଅନୁବନ୍ଧନ ସମ୍ଭାବନା ଉପରେ ବିଚାର ବିମର୍ଶ କରିଥିଲେ। ଏହି ବର୍ଷ ପାଇଁ ସ୍ଥାୟୀ ସେବା ପ୍ରକଳ୍ପଗୁଡିକ ଡିଷ୍ଟ୍ରିକ୍ଟ ସର୍ଭିସ ପ୍ରକଳ୍ପ ଚେୟାରମ୍ୟାନ, ତନ୍ମୟ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା |

ଏହି ତାଲିମ ଶିବିର ଡିଷ୍ଟ୍ରିକ୍ଟ ପ୍ରଶିକ୍ଷକ ଡ. କୁମାର ମହାନ୍ତି, ଡିଷ୍ଟ୍ରିକ୍ଟ ସମ୍ପାଦକ ଅଶୁତୋଷ ରଥ, ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସାହୁଙ୍କ ଦ୍ୱାରା ଏବଂ ଭୁବନେଶ୍ୱର ରାଜଧାନୀର ରୋଟାରୀ କ୍ଲବ ଏବଂ ଭଦ୍ରକର ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା | ରାଜ୍ୟର ଅଗ୍ରଗତି ପାଇଁ ଏକ ବିଶେଷ ଚିହ୍ନ ଭାବରେ, ରୋଟାରିୟାନସ୍ ମାନେ ଉତ୍କଳ ଦିବସ ପାଳନ କରିଥିଲେ | ରାଜ୍ୟ ସଂଗୀତ ଗାନ କରାଯାଇଥିଲା ଏବଂ ଆଦୃତ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ପ୍ରଦର୍ଶନ ରୋଟାରିୟାନସ୍ ମାନଙ୍କୁ “ନିଜ ଠାରୁ ବଡ ସେବା” ଯାହା ରୋଟାରୀର ଲକ୍ଷ ବୋଲି ମନେ ପକାଇ ଦେଇଦେଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking