27.1 C
Bhubaneswar
Friday, March 29, 2024
Homeଓଡିଶାସ୍କୁଲ ପିଲାଙ୍କୁ ମିଳିବ ରୋଷେଇ ଖର୍ଚ୍ଚ

ସ୍କୁଲ ପିଲାଙ୍କୁ ମିଳିବ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର: ସ୍କୁଲ ବନ୍ଦ ଥିବାରୁ ଏବେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ଦିଆଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର । ତେବେ ମାର୍ଚ୍ଚ ୧୬ ତାରିଖରୁ ଜୁନ ୧୩ ତାରିଖ ପର୍ଯ୍ୟନ୍ତ ରୋଷେଇ ଖର୍ଚ୍ଚ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ପ୍ରାଥମିକ ପିଲା ପିଛା ୪୭୯ ଏବଂ ୟୁପି ପିଲାଙ୍କୁ ୭୧୭ ଟଙ୍କା ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରୋଷେଇ ଖର୍ଚ୍ଚ ପିଲା ବା ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ । ସ୍କୁଲ ବନ୍ଦ ପାଇଁ ପିଲାଙ୍କୁ ମଧ୍ୟାହ୍ନ ରାସନ ପୂର୍ବରୁ ମିଳିଥିଲା । ବର୍ତମାନ ଚାରିଆଡେ କରୋନାର ଭୟାବହତା ଜାରି ରହିଥିବାରୁ ସମସ୍ତ ସ୍କୁଲ କଲେଜ ବନ୍ଦ କରାଯାଇଛି । ହେଲେ ପିଲାଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି ସରକାର । ସେମାନଙ୍କ ପାଠପଢା ଠାରୁ ଆରମ୍ଭ କରି ଖାଇବା ଖର୍ଚ୍ଚ ବି ସରକାର ବହନ କରୁଛନ୍ତି ।
https://onakhabar.com/2020/06/03/16-districts-has-possibility-of-heavy-rain-and-thunderstrom/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking