32.1 C
Bhubaneswar
Thursday, March 28, 2024
Homeଓଡିଶାଓଡ଼ିଶାରେ ହେବ ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଓଡ଼ିଶାରେ ହେବ ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ଦିନରେ କରୋନା ସଂକ୍ରମଣର ସ୍ତିତି ଆକଳନ କରିବା ପରେ ରାଜ୍ୟ ସରକାର ୧ହଜାର ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ରାଜ୍ୟ ସରକାର ଉଭୟ କିମସ୍ ଓ ସମହସ୍ପିଟାଲ ସହ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଥିବା ଜଣାପଡିଛି । ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ।
ସେ କହିଛନ୍ତି, ୨ଦିନ ଭିତରେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରିଛନ୍ତି ଓ ଘରୁ ନ ବାହାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୩ଲକ୍ଷରୁ ଅଧିକ ଓଡ଼ିଶାବାସୀ ଏ ନେଇ ଶପଥ ନେଇଥିବା ଓ ସେ ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ସେଆର କରିଥିବା ସେ କହିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଶେଷ ଭାବରେ ରାଜ୍ୟରେ ୨ଟି ହସ୍ପିଟାଲ ସହ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ବାଗଚି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking