40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟ ସରକାର ମିଥ୍ୟା ପ୍ରଚାର ବନ୍ଦ କରନ୍ତୁ: ବିଜେପି

ରାଜ୍ୟ ସରକାର ମିଥ୍ୟା ପ୍ରଚାର ବନ୍ଦ କରନ୍ତୁ: ବିଜେପି

ଭୁବନେଶ୍ୱର: ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣ ଓ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ମିଥ୍ୟା ପ୍ରଚାର ବନ୍ଦ କରନ୍ତୁ । ପ୍ରାକୃତିକ ଦୁର୍ବିପାକ ନିୟନ୍ତ୍ରଣରେ ମଧ୍ୟ କେନ୍ଦ୍ର ସରକାର ମଧ୍ୟ ବହୁ ଅନୁଷ୍ଠାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏକା ସଫଳତା କଥା ସବୁବେଳେ କହିଛନ୍ତି ।

ପ୍ରାକୃତିକ ଦୁର୍ବିପାକ ମଧ୍ୟରେ ଜଙ୍ଗଲ ପୋଡ଼ି ଓ ଉପକୂଳ କ୍ଷୟ ହେବା ଯୋଡି ହେଲାଣି । ଓଡ଼ିଶାର ୩୨ ପ୍ରତିଶତ ଉପକୂଳ କ୍ଷୟ ହୋଇଥିବା ବେଳେ ପଶ୍ଚିମବଙ୍ଗର ୩୬ ପ୍ରତିଶତ ଉପକୂଳ କ୍ଷୟ ହୋଇଛି । ଏହାସହ ଧୀରେ ଧୀରେ ସମୁଦ୍ର ଦୂରକୁ ଯାଉଛି ବୋଲି ଇସ୍ରୋ ର ଏକ ରିପୋର୍ଟ ରେ ପ୍ରକାଶ ପାଇଛି । ସେହିଭଳି ଗତବର୍ଷର ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ଓଡ଼ିଶାର ୮୭୧ ଟି ଜଙ୍ଗଲରେ ନିଆ ଲାଗିଥିବା ବେଳେ ଆନ୍ଧ୍ରର ୭୫୧ ଟି ଜଙ୍ଗଲରେ ନିଆ ଲାଗିଛି ।

୨୦୦୫ ରେ ସୁପ୍ରିମ କୋର୍ଟ କଂପା ଫଣ୍ଡ ର ମଧ୍ୟ ସଠିକ୍ ଭାବେ ବ୍ୟବହାର କରିବାରେ ଅସମର୍ଥ ବିଜେପି । ୨୦୧୯-୨୦୨୨ ମଧ୍ୟରେ କେବଳ ଏକ ତୃତୀୟାଂଶ ବ୍ୟବହାର କରିଛନ୍ତି । ଯେଉଁ ଅର୍ଥକୁ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ବ୍ୟବହାର କରିବା କଥା ତାହାକୁ ବ୍ୟକ୍ତିଗତ ଖର୍ଚ୍ଚ କରୁଛନ୍ତି ରାଜ୍ୟସରକାର । ନିଜ ଦୋଷ ତ୍ରୁଟି କୁ ସରକାର ମନାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking