30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ ଜାରି

ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ ଜାରି

ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ତେବେ ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାରଙ୍କ ଲକଡାଉନ ଗାଇଡଲାଇନ ଜାରି ହୋଇଛି ।
କଣ୍ଟେନମେଣ୍ଟ ଅଂଚଳରେ ଅକ୍ଟୋବର ୩୧ ଯାଏ ବଳବତ୍ତର ରହିବ ଲକ ଡାଉନ
ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଏବଂ ସୁଇମିଂ ପୁଲ୍‌
କେବଳ କ୍ରୀଡାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ
ଅକ୍ଟୋବର ୩୧ ଯାଏଁ ଥିଏଟର ଓ ଅଡିଟୋରିୟମ ବନ୍ଦ ରହିବ
ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ ଯାଏଁ ବନ୍ଦ ରହିବ
ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ପୂର୍ବ ପରି ଜାରି ରହିବ
ସେଲୁନ, ସ୍ପା, ବ୍ୟୁଟିପାର୍ଲରରେ ପ୍ରତି ଗ୍ରାହକଙ୍କ ପାଇଁ ସାନିଟାଇଜ ବାଧ୍ୟତାମୂଳକ
କୋଭିଡ କଟକଣା ଉଲ୍ଲଂଘନ କଲେ ଦୋକାନ ମାଲିକ ଦାୟୀ ରହିବେ
ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି
ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ
ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ୍ୟପାନ କରିବା ନିଷେଧ
ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଯା’ ଆସରେ କୌଣସି କଟକଣା ନାହିଁ
ସାମାଜି, ରାଜନୈତିକ, କ୍ରୀଡା, ସାଂସ୍କୃତିକ, ଧାର୍ମିକ ସମାବେଶ ବନ୍ଦ
ଉପନିର୍ବାଚନ ହେଉଥିବା ଅଂଚଳରେ ସମାବେଶ ଉପରେ କଟକଣା କୋହଳ
ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ
ସମାବେଶରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ
ଘରୋଇ ମାଲ୍ ପରିବହନକାରୀ ଗାଡି ବିନା ବାଧାରେ ଯା ଆସ କରିପାରିବ
ଯାତ୍ରୀବାହି ବସ୍ ବିନା ବାଧାରେ ଚଳାଚଳ କରିପାରିବ
ଯାତ୍ରୀବାହି ଟ୍ରେନ, ଘରୋଇ ବିମାନ ଚଳାଚଳ ଏସଓପି ଅନୁଯାୟୀ ହେବ
୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଘର ବାହାରକୁ ନବାହାରିବାକୁ ପରାମର୍ଶ
ଗର୍ଭବତୀ ଓ ଛୋଟପିଲାଙ୍କୁ ମଧ୍ୟ ବାହାରକୁ ନବାହାରିବାକୁ ପରାମର୍ଶ





LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking