40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଖୋଲିବ ଏହି ସବୁ ଦୋକାନ

ରାଜ୍ୟରେ ଖୋଲିବ ଏହି ସବୁ ଦୋକାନ

ଭୁବନେଶ୍ୱର: ବର୍ତମାନ ସାରା ରାଜ୍ୟରେ ଚାଲିଛି ଲକ ଡାଉନ ପିରିୟଡ, ଯାହା ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସମୟରେ କେଉଁ ଦୋକାନ ସବୁ ଖୋଲିବ ଏନେଇ କେନ୍ଦ୍ର ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଆଉ ଏବେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଏକ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ ଉଲ୍ଲେଖ ରହିଛି କେଉଁ ସବୁ ଦୋକାନ ଖୋଲିବ, କେଉଁ ସବୁ ଦୋକାନ ବନ୍ଦ ରହିବ ଆଉ କ’ଣ ସବୁ ସର୍ତ୍ତମାନ ରହିବ ସେ ନେଇ ସୂଚନା ଦିଆଯାଇଛି । ତେବେ ଗ୍ରାମାଞ୍ଚଳରେ ରେସିଡେନସିଆଲ କମ୍ପେ୍ଲକ୍ସ୍ସ, ମାର୍କେଟ କମ୍ପେ୍ଲକ୍ସ ସହ ସହରାଞ୍ଚଳରେ ଗୋଟିକିଆ ଦୋକାନ, ରେସିଡେନସିଆଲ କମ୍ପେ୍ଲକ୍ସ ଏବଂ ସାହି ଗଳିରେ ଥିବା ଦୋକାନ ଖୋଲାଯାଇପାରିବ । ଅନ୍ୟପଟେ ମଲ୍ଟି ବ୍ରାଣ୍ଡ କିମ୍ବା ସିଙ୍ଗଲ ବ୍ରାଣ୍ଡ ମଲ ଖୋଲାଯାଇପାରିବ ନାହିଁ କିମ୍ବା ସହରାଞ୍ଚଳରେ କୌଣସି ମଲ ମଧ୍ୟ ଖୋଲିପାରିବ ନାହିଁ । ଏସବୁକୁ ବାଦ ଦେଲେ ସେଲୁନ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । କେବଳ ଜିନିଷ ପତ୍ର ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ଯୁଗ୍ମ ସଚିବ ପୁଣ୍ୟା ସଲୀଳା ଶ୍ରୀବାସ୍ତବ ସ୍ପଷ୍ଟିକରଣ କରିଛନ୍ତି । ସର୍ତ୍ତଗୁଡିକ ହେଉଛି ଯେ, ସମସ୍ତେ ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧିବେ ଏବଂ ୫୦ ପ୍ରତିଶତ କର୍ମଚାରୀ କାମ କରିବେ ବୋଲି ନିର୍ଦ୍ଦେଶ ରହିଛି । ପଡୋଶୀ ଦୋକାନ ସହ ରେସିଡେନସିଆଲ କମ୍ପେ୍ଲକ୍ସରେ ଥିବା ଦୋକାନ ବି ଖୋଲିପାରିବ ବୋଲି କୁହାଯାଇଛି ।

 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking