38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗକୋଟିଆ ପ୍ରସଙ୍ଗ ନେଇ ସୁପ୍ରିିମକୋର୍ଟ ଯିବେ ରାଜ୍ୟ ସରକାର

କୋଟିଆ ପ୍ରସଙ୍ଗ ନେଇ ସୁପ୍ରିିମକୋର୍ଟ ଯିବେ ରାଜ୍ୟ ସରକାର

ଭୁବନେଶ୍ୱର : କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ ରେ ସୁପ୍ରିମକୋର୍ଟ ଯାଇପାରନ୍ତି ରାଜ୍ୟ ସରକାର । ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଥିବାରୁ ଏହାକୁ ବିରୋଧ କରି ସୁପ୍ରିମୋକର୍ଟ ଯିବା ପାଇଁ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଆଜି ଏନେଇ ଆଡଭକେଟ ଜେନେରାଲଙ୍କ ସହ ଗୁରୁତ୍ୱପୁର୍ଣ୍ଣ ଆଲୋଚନା ହେବ । ଏହି ଆଲୋଚନା ରେ କୋରାପୁଟ ଜିଲ୍ଲାପାଳ,ଏଡିଏମ , ପଞ୍ଚାୟତ ଅଧିକାରୀ ଓ ଆଇନଜିବୀ ଉପସ୍ଥିତି ରହିବେ ।

ସୁପ୍ରିମକୋର୍ଟରେ ଯଦି ଆବେଦନ ହୁଏ ତେବେ କେଉଁ କେଉଁ ଦିଗକୁ ନେଇ ସରକାର ଯୁକ୍ତି ଉପସ୍ଥାପନ କରିବେ ଏହା ନେଇ ଆଜି ବିସ୍ତୃତ ଭାବରେ ଆଲୋଚନା ହେବ । ରାଜ୍ୟ ଗଠନ ବେଳର କାଗଜପତ୍ର ,୧୯୫୫ ସୀମା ନିର୍ଦ୍ଧାରଣ, ପଞ୍ଚାୟତ ନିର୍ବାଚନ ପ୍ରଭୃତି ଦିଗକୁ ନେଇ ଓଡିଶା ପକ୍ଷରୁ କୋର୍ଟରେ ଦସ୍ତାବିଜ ଦାଖଲ କରାଯିବ । କୋଟିଆ ସମ୍ପୁର୍ଣ୍ଣ ଭାବରେ ଓଡିଶାର ଏହାନେଇ ଉପଯୁକ୍ତ ଦାବି ଓ ପ୍ରମାଣ ପତ୍ର ରାଜ୍ୟ ପାଖରେ ରହିଥିବା ଜଣାପଡିଛି ।

ତେବେ କୋଟିଆକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଏକତରଫା ଭାବରେ କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର ସରକାର । କୋଟିଆର ୩ ଟି ଗ୍ରାମକୁ କବଜାକରି ନିର୍ବାଚନ କରାଉଛି ଆନ୍ଧ୍ର । ଏହି ଗ୍ରାମରୁ ୧୩ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking