34.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରମିକଙ୍କୁ ଉପହାର ଦେଲେ ରାଜ୍ୟ ସରକାର: ବଢ଼ାଇଲେ ମହଙ୍ଗା ଭତ୍ତା

ଶ୍ରମିକଙ୍କୁ ଉପହାର ଦେଲେ ରାଜ୍ୟ ସରକାର: ବଢ଼ାଇଲେ ମହଙ୍ଗା ଭତ୍ତା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଶ୍ରମିକ ଦିବସ ପୂର୍ବରୁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଉପହାର ଦେଇଛନ୍ତି । ସରକାର ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି । ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏଁ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି । ଏହା ଦ୍ୱାରା କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକ ଉପକୃତ ହେବେ । ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ରାଜ୍ୟର ୮୯ଟିି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଏଣିକି ଶ୍ରମିକମାନେ ୧୧ ଟଙ୍କା ଲେଖାଏଁ ଅଧିକ ମହଙ୍ଗା ଭତ୍ତା ପାଇବେ । ରାଜ୍ୟ ସରକାର ଭାରିଏବୁଲ ଡିଅରନେସ୍ ଆଲାଉନ୍ସ (ଭିଡିଏ) ବୃଦ୍ଧି କରିଛନ୍ତି ।

କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକଙ୍କ ପାଇଁ ଏପ୍ରିଲ ପହିଲାରୁ ଏହା ପିଛଲା ଭାବେ ଲାଗୁ ହେବ । ବିଜ୍ଞପ୍ତି ଅନୁସାରେ କୁଶଳୀ ଶ୍ରମିକମାନେ ପୂର୍ବରୁ ଦୈନିକ ୩୧୫ ଟଙ୍କା ପାଉଥିଲା ବେଳେ ୧୧ ଟଙ୍କା ଭତ୍ତା ବଢ଼ିବା ପରେ ୩୨୬ ଟଙ୍କା ପାଇବେ । ଅଣକୁଶଳୀ ଶ୍ରମିକମାନେ ଆଗରୁ ୩୫୫ଟଙ୍କା ପାଉଥିଲେ । ବର୍ଦ୍ଧିତ ଭତ୍ତା ଅନୁଯାୟୀ ସେମାନଙ୍କୁ ୩୬୬ ଟଙ୍କା ମିଳିବ । ଦକ୍ଷ ଶ୍ରମିକ ମାନେ ୪୦୫ ଟଙ୍କାରୁ ୪୧୬ ଟଙ୍କା ପାଇବେ । ସେହିପରି ସୁଦକ୍ଷ ଶ୍ରମିକମାନଙ୍କ କ୍ଷେତ୍ରରେ ଏହା ୪୬୫ରୁ ୪୭୬ଟଙ୍କା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking