୨୬ରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଆସନ୍ତା ୨୬ ତାରିଖ ସୂର୍ଯ୍ୟ ପରାଗ ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ  ଏ ନେଇ ବିଜ୍ଞପ୍ତି ଜାରି କରିଥିବା ଜଣାପଡ଼ିଛି । ୨୫ରେ ବଡ଼ ଦିନ ପଡୁଥିବାରୁ ସେଦିନ ସରକାରୀ ଛୁଟି ରହିଛି । ୨୬ରେ ସୂର୍ଯ୍ୟ ପରାଗ ପାଇଁ ଛୁଟି ଘୋଷଣା ହେବା ପରେ ସରକାରୀ କର୍ମଚାରୀ ଏବେ ଦୁଇଦିନ ଛୁଟି ପାଇଲେ । ଆସନ୍ତା ୨୬ ତାରିଖ ସକାଳ ୮ ଘଂଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟଙ୍କୁ ଗ୍ରହଣ ସ୍ପର୍ଶ କରିବ ।  ତେଣୁ ଡିସେମ୍ବର ୨୫ ରାତି ୮ଟା ୨୦ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ବନ୍ଦ କରାଯିବ । ସୂର୍ଯ୍ୟପରାଗ ୧୧ଟା ୨୯ ମିନିଟ ୧୦ ସେକେଣ୍ଡରେ ସର୍ବ ମୋକ୍ଷ ହେବ ।
https://onakhabar.com/2019/12/24/26th-december-all-school-and-college-closed/