38.1 C
Bhubaneswar
Saturday, April 20, 2024
Homeଓଡିଶାରାଜ୍ୟ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ: ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ଲିଙ୍ଗଗତ ସମାନତା...

ରାଜ୍ୟ ଗଣଶିକ୍ଷା ବିଭାଗର ନୂଆ ପଦକ୍ଷେପ: ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେବ ଲିଙ୍ଗଗତ ସମାନତା ପାଠ

ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଲିଙ୍ଗଗତ ସମାନତା ଉପରେ ଶିକ୍ଷାଦାନ । ଉଚ୍ଚ ପ୍ରାଥମିକ ଓ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ସାମିଲ ହେବା ଏହି ପାଠ୍ୟକ୍ରମ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜେ-ପାଲ ଓ ବ୍ରେକ୍ ଥ୍ରୋ ଟ୍ରଷ୍ଟ ସହିତ ଚୁକ୍ତି କରାଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ପିଲାଙ୍କ ପାଠ୍ୟ ପୁସ୍ତକରେ ଏହି ପାଠ୍ୟକ୍ରମ ସାମିଲ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏକ ଦିନିକିଆ ସମ୍ମିଳନୀରେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ବର୍ତ୍ତମାନ ଏକ ସହାୟକ ପୁସ୍ତିକା ମାଧ୍ୟମରେ ପିଲାମାନେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ । ଏହି କାର୍ଯ୍ୟକ୍ରମକୁ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳନା କରାଯିବ । ବ୍ରେକ୍ ଥ୍ରୋ ଓ ଜେ-ପାଲ ଅନୁଷ୍ଠାନ ଏଥି ନିମନ୍ତେ ବୈଷୟିକ ଓ ଗବେଷଣା ସହାୟତା ପ୍ରଦାନ କରିବେ ।

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାର ୧୦୦ଟି ସ୍କୁଲରେ ଏହି ବ୍ୟବସ୍ଥା ପ୍ରଚଳନ କରାଯିବ । ସ୍କୁଲର ସମୟ ପରେ ଏହି କ୍ଲାସ ଆରମ୍ଭ ହେବା ନେଇ ଯୋଜନା ରହିଛି । ଏହି ଅବସରରେ ‘ଶିକ୍ଷଣ ଭରଣା ଯୋଜନା’ କାର୍ଯ୍ୟକ୍ରମର ପୁସ୍ତିକା ଓ ସଫ୍ଟୱେୟାର ଲୋକାର୍ପିତ ହୋଇଥିଳା । ଏହାଦ୍ୱାରା ପିଲାମାନେ ଦୁଇ ବର୍ଷ ମଧ୍ୟରେ କୋଭିଡରେ ହରାଇଥିବା ପାଠକୁ ଭରଣା କରିପାରିବେ । ଏଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking