ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସରକାରଙ୍କ ୫୦୦ ଦିନ ପୂର୍ତ୍ତି ଅବସରରେ ବସୁଥିବା କ୍ୟାବିନେଟ୍ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ । ୫ରୁ ୭ଟି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ବିଦ୍ୟାଳୟ ଗଣଶିକ୍ଷା, ଜଳସମ୍ପଦ, ଆଇନ, ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର । କିଛି ବଡ଼ ଘୋଷଣା କରିପାରନ୍ତି ସରକାର । କିଛି ମନ୍ତ୍ରୀ ଲୋକସେବା ଭବନରେ ଉପସ୍ଥିତ ରହିବେ । ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଭିସି ମାଧ୍ୟମରେ କ୍ୟାବିନେଟ୍ ବୈଠକରେ ଯୋଡ଼ି ହେବ। ପୂର୍ବରୁ ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜି ସାରିଛି କ୍ୟାବିନେଟ୍ ମୋହର ।










