27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଭାରତରେ କରୋନାର ଭୟାନକ ରୂପ : ସ୍ପେନ୍‌କୁ ପଛରେ ପକାଇ ଭାରତ ପଂଚମ ସ୍ଥାନରେ

ଭାରତରେ କରୋନାର ଭୟାନକ ରୂପ : ସ୍ପେନ୍‌କୁ ପଛରେ ପକାଇ ଭାରତ ପଂଚମ ସ୍ଥାନରେ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଗତ ୩ ଦିନ ମଧ୍ୟରେ ୩୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଆଗକୁ ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି। ଶନିବାର ୧୦ ହଜାର ନୂଆ ମାମଲା ସାମ୍ନାକୁ ଆସିବା ସହ ଦେଶରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ଅତିକ୍ରମ କରିଯାଇଛି। ଏହି ସଂଖ୍ୟା ସହ ଭାରତ ସ୍ପେନ୍‌କୁ ପଛରେ ପକାଇ ବିଶ୍ବରେ ସର୍ବାଧକ କରୋନା ପ୍ରଭାବିତ ରାଷ୍ଟ୍ର ତାଲିକାରେ ପଞ୍ଚମ ସ୍ଥାନରେ ପହଞ୍ଚି ଯାଇଛି। ଏବେ ଆମେରିକାରେ ୧୯ ଲକ୍ଷରୁ ଅଧିକ ସଂକ୍ରମିତ ଥିବା ବେଳେ ବ୍ରାଜିଲରେ ୬ ଲକ୍ଷ, ରୁଷ୍‌ରେ ୪ ଲକ୍ଷ ୬୦ ହଜାର ଏବଂ ବ୍ରିଟେନ୍‌ରେ ୨ ଲକ୍ଷ ୮୬ ହଜାର ସଂକ୍ରମିତ ଅଛନ୍ତି। ଏହି ୪ ରାଷ୍ଟ୍ର ଭାରତଠାରୁ ଆଗରେ ଥିବା ବେଳେ ଏଭଳି ସଂକ୍ରମଣ ହାର ଜାରି ରହିଲେ ଭାରତ ୫ ଦିନ ମଧ୍ୟରେ ବ୍ରିଟେନ୍‌କୁ ଟପିଯିବ ବୋଲି ଆଶଙ୍କା କରାଯାଉଛି। ୨୪ ଘଣ୍ଟାରେ ଦେଶରେ ୨୯୭ କରୋନା ମୃତ୍ୟୁ ହୋଇଛି ଏବଂ ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ବୋଲି ଜଣାପଡ଼ିଛି। ଦେଶରେ ମୋଟ କରୋନା ସଂକ୍ରମଣର ଅଧା ମାମଲା କେବଳ ୪ଟି ମହାନଗର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking