29.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶକାନାଡ଼ା ରାଜରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍: ୧୩ଟି ସ୍ଥାନରେ ଛୁରାମାଡ଼

କାନାଡ଼ା ରାଜରାସ୍ତାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍: ୧୩ଟି ସ୍ଥାନରେ ଛୁରାମାଡ଼

କାନାଡ଼ା : କାନାଡ଼ା ରାଜରାସ୍ତାରେ ଦୁର୍ବତ୍ତଙ୍କ ଆତଙ୍କରାଜ୍ । ୧୩ଟି ସ୍ଥାନରେ ଛୁରାମାଡ଼ । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୧୫ ଜଣ । କାନାଡ଼ାର ସସ୍କେଚେଓ୍ଵାନ୍ ପ୍ରଦେଶରେ ଏହି ଘଟଣା ଘଟିଛି । ୨ ଜଣ ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଳାଇଛି କାନାଡା ପୋଲିସ । ସେମାନଙ୍କର ଫଟୋ ବି ଜାରି ହୋଇଛି । ସେମାନେ କଳା ରଙ୍ଗର କାରରେ ବୁଲୁଛନ୍ତି । ରାସ୍ତାରେ ଲୋକଙ୍କୁ ଛୁରାମାଡ଼ କରି ଲହୁଲୁହାଣ କରୁଛନ୍ତି । ୧୩ଟି ସ୍ଥାନରେ ହମଲା କରି ଆତଙ୍କ ଖେଳାଇଛନ୍ତି ଦୁର୍ବତ୍ତ । ତେବେ ଦୁର୍ବୃତ୍ତ ଏଭଳି କାହିଁକି କରୁଛନ୍ତି ଜଣା ପଡିନି । କାନାଡାର ଏହି ଘଟଣାକୁ ଭୟଙ୍କର ଓ ହୃଦୟବିଦାରକ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking