30.1 C
Bhubaneswar
Wednesday, April 24, 2024
Homeଓଡିଶାଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର (ଓଏନଏ): ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । କରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନ୍ଦ ପଦକ୍ଷେପ ନିଆଯାଇଛି । ଆସନ୍ତାକାଲିଠାରୁ ଭକ୍ତମାନେ ଆଉ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ ବୋଲି ଜଣାପଡ଼ିଛି । କେବଳ ସେବାୟତମାନେ ଭିତରକୁ ଯାଇପାରିବେ । ଏପରିକି ସେବାୟତମ ପରିବାର ମଧ୍ୟ ଭିତରକୁ ଯାଇପାରିବେ ନାହିଁ । ନୀତିକାନ୍ତି ପାଇଁ ସେବାୟତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଶନ କୁମାର ସୂଚନା ଦେଇଛନ୍ତି । ପୂର୍ବରୁ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ କଟକଣା ଜାରି କରାଯାଇଥିଲା । ମନ୍ଦିରକୁ ଯିବା ପୂର୍ବରୁ ଫର୍ମ ପୂରଣ କରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫର୍ମରେ ସମସ୍ତ ବିବରଣୀ ରହିବ । ଭକ୍ତମାନେ ମନ୍ଦିରର ବାହାର ବେଡ଼ାରୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ଏବଂ ମନ୍ଦିରରେ ଗରୁଡସ୍ତମ୍ଭକୁ ଛାଇଁପାରିବେ ନାହିଁ ବୋଲି ନିର୍ଦ୍ଦେଶ ଥିଲା । ଆସନ୍ତାକାଲିଠାରୁ ଶ୍ରୀମନ୍ଦିରକୁ ପ୍ରବେଶ ମଧ୍ୟ ବନ୍ଦ କରିଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking