32.1 C
Bhubaneswar
Thursday, March 28, 2024
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ଟି-୨୦ ବିଶ୍ୱକପ-୨୦୨୩ ପାଇଁ ଘୋଷଣା ହେଲା ଶ୍ରୀଲଙ୍କା ଦଳ; ବାଦ ପଡିଲେ ଷ୍ଟାର ଖେଳାଳି

ଟି-୨୦ ବିଶ୍ୱକପ-୨୦୨୩ ପାଇଁ ଘୋଷଣା ହେଲା ଶ୍ରୀଲଙ୍କା ଦଳ; ବାଦ ପଡିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଫେବୃୟାରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ମହିଳା ବିଶ୍ୱକପ ୨୦୨୩ । ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଶ୍ୱକପ ପାଇଁ ଶ୍ରୀଲଙ୍କା ୧୫ ଜଣିଆ ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରୁ ବାଦ ପଡିଛନ୍ତି ଶ୍ରୀଲଙ୍କାର ଅଭିଜ୍ଞ ତଥା ଷ୍ଟାର ଖେଳାଳି ହାସିନା ପେରେରା । ତାଙ୍କ ସ୍ଥାନରେ ଜଣେ ନବାଗତାଙ୍କୁ ବୋର୍ଡ ସୁଯୋଗ ଦେଇଛି ।

ସୂଚନା ଅନୁସାରେ, ଶ୍ରୀଲଙ୍କାର ବିଶ୍ୱକପ ଦଳରୁ ବାଦ ପଡିଛନ୍ତି ହସିନା ପେରେରା । ପ୍ରଥମେ ସେ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ପରେ ଦଳରୁ ନିଜ ସ୍ଥାନ ହରାଇଛନ୍ତି । ଅଭ୍ୟାସ ବେଳେ ଆଙ୍ଗୁଠିରେ ଆଘାତ ଲାଗିବାରୁ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ହସିନା । ତେବେ ତାଙ୍କ ସ୍ଥାନରେ ସାଥ୍ୟା ସନ୍ଦିପନୀଙ୍କୁ ଦଳରେ ସୁଯୋଗ ମିଳିଛି । ଏହା ପୂର୍ବରୁ ସାଥ୍ୟା ଶ୍ରୀଲଙ୍କା ତରଫରୁ ମାତ୍ର ଗୋଟିଏ ମ୍ୟାଚ ଖେଳିଛନ୍ତି । ୨୦୨୦ ମସିହା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ ସାଥ୍ୟା । ତେବେ ଏହି ଦଳର ନେତୃତ୍ୱଭାର ରହିଛି ଷ୍ଟାର ଓପନର ଚମାରୀ ଅଥାପଟ୍ଟୁଙ୍କ କାନ୍ଧରେ ।

ଶ୍ରୀଲଙ୍କା ମହିଳା ଦଳ ଗୃପ ‘ଏ’ରେ ସ୍ଥାନ ପାଇଛି । ଶ୍ରୀଲଙ୍କା ବ୍ୟତୀତ ଏହି ଗୃପରେ ନ୍ୟୁଜିଲାଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଦଳ ମଧ୍ୟ ରହିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ହିଁ ଦକ୍ଷିଣ ଆଫ୍ରିକାକୁ ଭେଟିବ ଶ୍ରୀଲଙ୍କା । ଏହାପରେ ୧୨ ତାରିଖରେ ବାଂଲାଦେଶ, ୧୬ରେ ଅଷ୍ଟ୍ରେଲିଆ ଏବଂ ୧୯ ତାରିଖରେ ନ୍ୟୁଜିଲାଣ୍ଡ ବିରୋଧରେ ମଇଦାନକୁ ଓହ୍‌ଲାଇବ ଚମାରୀ ସେନା ।

ବିଶ୍ୱକପ ୨୦୨୩ ପାଇଁ ଶ୍ରୀଲଙ୍କା ମହିଳା ଦଳ:- ଚମାରୀ ଅଥାପଟ୍ଟୁ(ଅଧିନାୟକ), ଓଶାଦୀ ରଣସିଙ୍ଘେ, ହର୍ଷିତା ସମରବିକ୍ରମା, ନୀଳାକ୍ଷୀ ଡି ସିଲଭା, କାବିଶା ଦିଲହାରୀ, ଅନୁଷ୍କା ସଞ୍ଜିବନୀ, କୌଶାନୀ ନୂଥ୍ୟଙ୍ଗନା, ମାଲଶା ଶେହାନୀ, ଇନୋକା ରଣବୀରା, ସୁଗନ୍ଧିକା କୁମାରୀ, ଅଚିନୀ କୁଳସୁରୀୟା, ତାରିକା ସେବଣ୍ଡୀ, ବିସ୍ମି ଗୁଣରତ୍ନେ, ଅମା କଞ୍ଚନା ଏବଂ ସାଥ୍ୟା ସନ୍ଦିପନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking