26.1 C
Bhubaneswar
Tuesday, October 3, 2023
Homeଦେଶ ବିଦେଶଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗାହ ମସ୍‌ଜିଦ୍ ବିବାଦ; ସବୁ ମାମଲାର ଆହ୍ଲାବାଦ ହାଇକୋର୍ଟରେ ହେବ ଟ୍ରାଏଲ୍‌

ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗାହ ମସ୍‌ଜିଦ୍ ବିବାଦ; ସବୁ ମାମଲାର ଆହ୍ଲାବାଦ ହାଇକୋର୍ଟରେ ହେବ ଟ୍ରାଏଲ୍‌

ପ୍ରୟାଗରାଜ : ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗାହ ମସ୍‌ଜିଦ୍ ବିବାଦକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି । ସମସ୍ତ ଲମ୍ବିତ ମାମଲାକୁ ହାଇକୋର୍ଟ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନ୍‌କୁ ଆହ୍ଲାବାଦ ହାଇକୋର୍ଟ ମଞ୍ଜୁର କରିଛନ୍ତି । ଏହା ସହିତ ସମସ୍ତ ମାମଲାର ଶୁଣାଣି ହାଇକୋର୍ଟରେ ହେବ ବୋଲି ଜଷ୍ଟିସ୍ ଅରବିନ୍ଦ କୁମାର ମିଶ୍ରାଙ୍କ ବେଞ୍ଚ୍ କହିଛନ୍ତି । ହାଇକୋର୍ଟ ଜିଲ୍ଲା ଜଜ୍‌ଙ୍କଠାରୁ ସମସ୍ତ ମାମଲାର ତାଲିକା ମାଗିଛନ୍ତି । ଏହି ପିଟିସନ୍ ଉପରେ ମେ’ ୩ ତାରିଖରେ ଶୁଣାଣି ହୋଇଥିଲା । ସେତେବେଳେ କୋର୍ଟ ପିଟିସନ୍‌ର ମଞ୍ଜୁରୀ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହୀ ଇଦ୍‌ଗାହ ମସ୍‌ଜିଦ୍‌କୁ ନେଇ ମୋଟ ୧୩ ମାମଲାରେ ବିଭିନ୍ନ କୋର୍ଟରେ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking