34.1 C
Bhubaneswar
Friday, March 29, 2024
Homeଓଡିଶାଝାଉଁ ଓ ହେନ୍ତାଳ ଜଙ୍ଗଲ ହେଉଛି ଏକମାତ୍ର ରକ୍ଷାକବଚ :  ଶ୍ରୀକାନ୍ତ ଜେନା 

ଝାଉଁ ଓ ହେନ୍ତାଳ ଜଙ୍ଗଲ ହେଉଛି ଏକମାତ୍ର ରକ୍ଷାକବଚ :  ଶ୍ରୀକାନ୍ତ ଜେନା 

ଭୁବନେଶ୍ୱର : ବାତ୍ୟା ‘ ‘ୟାସ’’ ଯୋଗୁ ଓଡ଼ିଶାର ୩ଟି ଜିଲ୍ଲାର କିଛି ଗାଁରେ ସମୁଦ୍ରପାଣି ପସିଛି । ବାଲେଶ୍ଵର ଜିଲ୍ଲାର ଭୋଗରାଇ ଓ ବାଲେଶ୍ବର ସଦର ଏବଂ ବାଲିଆପାଳ ବ୍ଳକର କେତେଟି ଗାଁ ଓ ଭଦ୍ରକର ଚାନ୍ଦବାଲିର କେତୋଟି ଗାଁ ସମେତ କେନ୍ଦ୍ରାପଡ଼ାର ରାଜନଗରର କିଛି ଗାଁରେ ମଧ୍ୟ ଲୁଣିପାଣି ପସିଛି । ଯାହା ପୂର୍ବାନୁମାନ ଥିଲା ବାତ୍ୟା ଭୟଙ୍କର ରୂପ ନେବବୋଲି କିନ୍ତୁ ତାହା କ୍ରମେ ଦୁର୍ବଳ ହୋଇଥିଲା। ବାତ୍ୟାଞ୍ଚଳ ଗତକାଲି ପ୍ରଧାନମନ୍ତ୍ରୀ ଆସି ବୁଲିଯାଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ତା’ ପୂର୍ବରୁ ଆକାଶ ମାର୍ଗରୁ ଦେଖୁଛନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମୁଦ୍ରକୁଆରରୁ କିପରି ଭବିଷ୍ୟତରେ ଲୋକଙ୍କୁ ରକ୍ଷା କରାଯାଇ ପାରିବ ସେ ଦିଗରେ ରାଜ୍ୟସରକାର ଏକ ଦୂରଗାମି ଖସଡ଼ା ପ୍ରସ୍ତୁତ କରିବେ । ଠିକ୍ ଏହିଭଳି ୨୦୧୬ରେ ମଧ୍ୟ ରାଜ୍ୟସରକାର କହିଥିଲେ । କିନ୍ତୁ ସେ ଦିଗରେ କିଛି କାର୍ଯ୍ୟକ୍ରମ ନିଆଗଲା ନାହିଁ ।

ସମୁଦ୍ରକୁଳ ଅଞ୍ଚଳରେ ଅନ୍ଧାଧୁନ ଜଙ୍ଗଲ କଟା ଚାଲିଛି । ଯଦ୍ବାରା ସମଗ୍ର ଉପକୁଳ ଅଞ୍ଚଳର ପରିବେଶ (Eco Imbalance) ଏତେ ଖରାପ ହୋଇଛି ଯେ ଯାହାର କୁପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡୁଛି । ହେନ୍ତାଳ ଜଙ୍ଗଲ( Mangrove Forest) କେବଳ ଭିତରକନିକା (Sanctuary) ବ୍ୟତିତ ଅନ୍ୟ ସ୍ଥାନରେ ଏକପ୍ରକାର ଧ୍ୱଂସ । ଏହା ସବୁଠୁ ବଡ଼ ପ୍ରାକୃତିକ ପ୍ରାଚୀର ସମୁଦ୍ର କୁଳର । ସରକାର ଏଦିଗରେ ଏକ ଠୋସ୍ କାର୍ଯ୍ୟକ୍ରମ(Time Bound) ହାତକୁ ନିଅନ୍ତୁ । ‘‘ ଝାଉଁ ଓ ହେନ୍ତାଳ ଜଙ୍ଗଲ ସବୁଠୁ ବଡ଼ ରକ୍ଷାକବଚ’’।

ଚିଙ୍ଗୁଡ଼ି ଚାଷକୁ ନିୟନ୍ତ୍ରିତ କରିବାକୁ ରାଜ୍ୟସରକାର ଏକ Regulatory Authority ଗଠନ କରାନ୍ତୁ । ଯାହା ଫଳରେ ପରିବେଶକୁ ନଷ୍ଟନକରି ଚିଙ୍ଗୁଡ଼ି ଚାଷ (Aquaculture) ଠିକ୍ ଭାବେ ହୋଇପରିବ । ଜଙ୍ଗଲ ଜମି ଓ ସରକାରୀ ଜମିରେ ପୁନଃ ଜଙ୍ଗଲ ସୃଷ୍ଟି ନକଲେ ଆଉ ଯେତେ ଯାହା କଲେବି କିଛି ବିଶେଷ କାମ ଦେବନାହିଁ । କଂକ୍ରିଟ ପାଚେରୀ କଲେବି ତା’ ମଧ୍ୟ ରହିବନାହିଁ । ବରଂ ‘‘ ଜଳନିସ୍କାସନ’’ରେ ବାଧା ହେବ । ଦେଶର ପରିବେଶବିତ୍‌ ମାନେ ବାରମ୍ବାର ସରକାରଙ୍କୁ ଏକଥା କହି ଆସିଛନ୍ତି । ମୋର ବିଶ୍ବାସ ରାଜ୍ୟସରକାର ତୁରନ୍ତ ବ୍ୟାପକ ଝାଉଁ ଓ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଲେହିଁ ପ୍ରକୃତ ‘‘Tidal Surge Protection ‘’ ହେବ।

୧୯୭୧ ମହାବାତ୍ୟା ଅତି ଭୟଙ୍କର ଥିଲା । ୧୦ହଜାରରୁ ଅଧିକ ଲୋକ ସେତେବେଳେ ପ୍ରାଣ ହରାଇଥିଲେ । ହଜାର ହଜାର ଗୋରୁ-ଗାଇ ମରିଥିଲେ । ରାଜ୍ୟରେ ଉତ୍କଳ କଂଗ୍ରେସ ଓ ସ୍ଵତନ୍ତ୍ର ପାର୍ଟିର ସରକାର ସେତେବେଳେ ଥିଲା । ବିଜୁବାବୁଙ୍କ(ବିଜୁ ପଟ୍ଟନାୟକ) ନିର୍ଦ୍ଦେଶରେ ଏକ ଦୀର୍ଘ କାଳୀନ ଯୋଜନା ପ୍ରସ୍ତୁତ ହୋଇଥିଲା । ତା’ଥୁଲା ‘‘Coastal Shelterbelt Plantation Program” ଯୋଜନା। ଓଡ଼ିଶାର ୪୮୦ କି.ମି. ସମୁଦ୍ରକୁଳରେ ୧ କି.ମି. ଚଉଡ଼ାରେ ଅର୍ଥାତ୍ ୪୮୦ ବର୍ଗ କିଲୋମିଟରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ୪୮୦୦୦ ହେକ୍ଟର ଜମିରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ବର୍ତ୍ତମାନ ତା’ ବନ୍ଦ ହୋଇଯାଇଛି । ସେହି କାର୍ଯ୍ୟକ୍ରମକୁ ପୁଣିଥରେ ରାଜ୍ୟସରକାର ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାନ୍ତୁ । ଏଥିପାଇଁ ଅତିବେଶୀରେ ୨୫୦କୋଟି ଟଙ୍କା ଖର୍ଚ୍ଚ ହେବ (ହେକ୍ଟର ପିଛା ୫୦ହଜାର ହିସାବରେ) । ହଜାର ହଜାର ଲୋକେ କାମ ପାଇବେ ଓ ସମଗ୍ର ଉପକୂଳ ଅଞ୍ଚଳକୁ ବାତ୍ୟାର ତାଣ୍ଡବରୁ ରକ୍ଷା କରିହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking