39.1 C
Bhubaneswar
Tuesday, April 23, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖି ତିନୋଟି ପ୍ରଶ୍ନ କଲେ ଶ୍ରୀକାନ୍ତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖି ତିନୋଟି ପ୍ରଶ୍ନ କଲେ ଶ୍ରୀକାନ୍ତ

ଭୁବନେଶ୍ୱର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଖୋଲା ଚିଠି କରୋନା ସମ୍ପର୍କୀତ ସମସ୍ୟାକୁ ଭିତ୍ତି କରି ତିନୋଟି ପ୍ରଶ୍ନ ପଚାରିଛନ୍ତି । ଲକ୍‌ଡାଉନ୍ ସମୟ ବଢ଼ିବ କି ନାହିଁ ସେ ବିଷୟରେ ସଷ୍ଟ କରିବାକୁ କହିଛନ୍ତି । ଯେ ପର୍ଯ୍ୟନ୍ତ ବ୍ୟାପକ ପରୀକ୍ଷା ହୋଇନି ସେ କ୍ଷେତ୍ରରେ ଲକ୍‌ଡାଉନ୍ ଉଠାଇବା ବିପଜ୍ଜନକ । ବାହାର ରାଜ୍ୟରେ ଥିବା ଆମ ଶ୍ରମିକମାନେ ଫେରିବ କି ନାହିଁ ତାହା ସ୍ପଷ୍ଟ କରିବାକୁ କହିଛନ୍ତି । ଉତ୍ତପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁମତି କେନ୍ଦ୍ର ସରକାରଙ୍କ ଠାରୁ ନେଇ ରାଜସ୍ଥାନର କୋଟାରେ ଥିବା ଛାତ୍ରଛାତ୍ରୀଙ୍କୁ ଆଣି ପାରିଥିବାରୁ ଓଡ଼ିଶା ସରକାର ସେଭଳି ପଦକ୍ଷେପ ନେବେକି ? ତୃତୀୟରେ ସେ ମୁଖ୍ୟମନ୍ତ୍ରୀ ଯେଉଁ ୧୦୦କୋଟି ଟଙ୍କାର ପ୍ୟାକେଜ୍ ଶ୍ରମିକମାନଙ୍କ ପାଇଁ ଘୋଷଣା କରିଛନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନନ୍ତି । ଏକ ହିସାବ ରଖି ସେ ପଚାରିଛନ୍ତି, ଶ୍ରମିକମାନଙ୍କ ଦୈନିକ ମଜୁରୀ କ’ଣ ୪ଟଙ୍କା ୪୪ପଇଶା । ଏସବୁର ଉତ୍ତର ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking