40.1 C
Bhubaneswar
Thursday, April 25, 2024
Homeଖେଳଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ଅଷ୍ଟ୍ରେଲିଆର ବଡ଼ ବିଜୟ

ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ଅଷ୍ଟ୍ରେଲିଆର ବଡ଼ ବିଜୟ

ଗଲ୍ : ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ଜିତିନେଇଛି । ପ୍ରଥମ ଇନିଂସରେ ଦଳ ୧୦୯ ରନ୍‌ର ଅଗ୍ରଣୀ ପାଇବା ପରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୧୧୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଫଳସ୍ୱରୂପ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ମାତ୍ର ୫ ରନ୍‌ର ଥିବା ବେଳେ ବିନା କୌଣସି କ୍ଷତିରେ ୧୦ ରନ୍ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ମାତ୍ର ୩ ଦିନ ଭିତରେ ଶେଷ ହୋଇଥିବା ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଅପରାଜିତ ୭୭ ରନ୍‌ର ଇନିଂସ ଖେଳିଥିବା ମଧ୍ୟକ୍ରମ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ କାମେରନ୍ ଗ୍ରୀନ୍‌ଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ଗୁରୁବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୮ ୱିକେଟ୍ ବିନିମୟରେ ୩୧୩ ରନ୍ କରିଥିବା ବେଳେ ଅଧିନାୟକ ପ୍ୟାଟ୍ କମିନ୍ସ ୨୬ ଓ ନାଥନ୍ ଲିଅନ୍ ୮ ରନ୍ କରି ଅପରାଜିତ ଥିଲେ ।

ଏହି ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଶୁକ୍ରବାରର ଖେଳ ୩୧୩/୮ରୁ ଆରମ୍ଭ କରିଥିଲେ । ତେବେ ପୂର୍ବଦିନ ସ୍କୋର୍‌ରେ ୬ ରନ୍ ଯୋଡ଼ିବା ପରେ ଅଷ୍ଟ୍ରେଲିଆ ତା’ର ନବମ ୱିକେଟ୍ ହରାଇଥିଲା । କମିନ୍ସ ଗୋଟିଏ ଚୌକା ଓ ୩ଟି ଛକା ଜରିଆରେ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ମିଚେଲ୍ ସ୍ୱେପ୍‌ସନ୍ ୧ ରନ୍ କରି ଆଉଟ୍ ହେବା ବେଳକୁ ଲିଅନ୍ ୨ଟି ଚୌକା ସହ ୧୫ ରନ୍ କରି ଅପରାଜିତ ଥିଲେ । ଶ୍ରୀଲଙ୍କା ପକ୍ଷରୁ ରମେଶ ମେଣ୍ଡିସ୍ ୪ଟି ଏବଂ ଅସିତା ଫର୍ଣ୍ଣାଣ୍ଡୋ ଓ ଜେଫରି ଭାଣ୍ଡର୍‌ସେ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ୱିତୀୟ ଇନିଂସରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍‌ମାନେ ଅଷ୍ଟ୍ରେଲୀୟ ସ୍ପିନର୍‌ଙ୍କ ମୁକାବିଲା କରିନପାରି ୨୨.୫ ଓଭର୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲେ ।

ଓପନର ତଥା ଅଧିନାୟକ ଦିମୁଥ୍ କରୁଣାରତ୍ନେ ୫ଟି ଚୌକା ସହ ୨୩ ରନ୍ କରିଥିବା ବେେଳେ ଅନ୍ୟତମ ଓପନର ପାଥୁମ୍ ନିଶଙ୍କା ୧୪, ଦୀନେଶ ଚାଣ୍ଡିମାଲ୍ ୧୩, କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ସ୍ଥାନରେ ବ୍ୟାଟିଂ କରିଥିବା ଓଶାଦା ଫର୍ଣ୍ଣାଣ୍ଡୋ ୧୨ ଓ ଧନଞ୍ଜୟ ଡି’ସିଲ୍‌ଭା ୧୧ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଲିଅନ୍ ଓ ଟ୍ରେଭିସ୍ ହେଡ୍ ୪ଟି ଲେଖାଏଁ ଽଂ ସ୍ୱେପ୍‌ସନ୍ ୨ଟି ୱିକେଟ୍ ନେଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ପାଇଁ ଓପନର ଡେଭିଡ୍ ୱାର୍ଣ୍ଣର୍ ଗୋଟିଏ ଲେଖାଏଁ ଛକା ଓ ଚୌକା ମାଧ୍ୟମରେ ୧୦ ରନ୍ କରି ଅପରାଜିତ ଥିଲେ । ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତା ୮ ତାରିଖରୁ ଏଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking