21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ୍ ରଣସିଂଘେ ବରଖାସ୍ତ

ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ୍ ରଣସିଂଘେ ବରଖାସ୍ତ

କଲମ୍ବୋ: ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଅଭିଯୋଗ ଆଣିବାର କିଛି ଘଣ୍ଟା ପରେ ସୋମବାର ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ୍ ରଣସିଂଘେଙ୍କୁ ପଦରୁ ହଟାଇ ଦିଆଯାଇଛି । ଅଧିକାରୀମାନେ କହିଛନ୍ତି ଯେ ଯଦି ବିକ୍ରମସିଙ୍ଘେଙ୍କୁ ହତ୍ୟା କରାଯାଏ, ତେବେ ରାଷ୍ଟ୍ରପତି ଦାୟୀ ରହିବେ ବୋଲି ସଂସଦରେ କହିବା ପରେ ସୋମବାରର ସାପ୍ତାହିକ କ୍ୟାବିନେଟ୍ ବୈଠକ ପୂର୍ବରୁ ରୋଶନ ରଣସିଙ୍ଘେଙ୍କୁ ବରଖାସ୍ତ କରାଯାଇଥିଲା ।

ଶ୍ରୀଲଙ୍କା କ୍ରିକେଟ୍ ପରିଚାଳନାକୁ ନେଇ ରାଷ୍ଟ୍ରପତିଙ୍କ ସହିତ ମୁହାଁମୁହିଁ ହେବା ପରେ ରଣସିଂହେ ସଂସଦକୁ କହିଥିଲେ, ‘କ୍ରିକେଟ୍ ବୋର୍ଡକୁ ଭ୍ରଷ୍ଟାଚାରମୁକ୍ତ କରିବା ପାଇଁ ମୋ କାର୍ଯ୍ୟକୁ ନେଇ ମୋତେ ହତ୍ୟା କରାଯାଇପାରେ ବୋଲି ମୁଁ ଆଶଙ୍କା କରୁଛି ।’ ରଣସିଂହେ ଆହୁରି କହିଥିଲେ, \”ଯଦି ମୋତେ ରାସ୍ତାରେ ହତ୍ୟା କରାଯାଏ, ତେବେ ଏଥିପାଇଁ ରାଷ୍ଟ୍ରପତି ଓ ତାଙ୍କ ଚିଫ୍ ଅଫ୍ ଷ୍ଟାଫ୍ ଦାୟୀ ରହିବେ ।’ ମନ୍ତ୍ରୀଙ୍କ ବରଖାସ୍ତ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଇଥିଲେ ମଧ୍ୟ ୱିକ୍ରମସିଙ୍ଘେଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ରଣସିଂହେ ଚଳିତ ମାସ ପ୍ରାରମ୍ଭରେ ନିର୍ବାଚିତ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ବହିଷ୍କାର କରିଥିଲେ । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଆର୍ଥିକ ସଂକଟଗ୍ରସ୍ତ ଏହି ଦେଶର ସବୁଠାରୁ ଧନୀ କ୍ରୀଡ଼ା ସଂସ୍ଥା ।

ମନ୍ତ୍ରୀଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ସରକାରୀ ହସ୍ତକ୍ଷେପ ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଚଳିତ ମାସ ପ୍ରାରମ୍ଭରେ ଶ୍ରୀଲଙ୍କା କ୍ରିକେଟ୍ (ଏସ୍‌ଏଲ୍‌ସି)କୁ ନିଲମ୍ବିତ କରିଥିଲା  ଅନ୍ୟପକ୍ଷରେ ବୋର୍ଡର ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ଡାକରାକୁ ରଣସିଂହେ ପ୍ରତ୍ୟାଖ୍ୟାନ କରିଛନ୍ତି । ସଂସଦ ତିନି ସପ୍ତାହ ପୂର୍ବରୁ ଏକ ନନ୍‌-ବ୍ୟାଣ୍ଡିଙ୍ଗ୍ ରିଜୋଲ୍ୟୁସନ୍ ଗୃହୀତ କରି କ୍ରୀଡ଼ା ମନ୍ତ୍ରୀଙ୍କୁ ସମର୍ଥନ କରିଥିଲା ଏବଂ କ୍ରିକେଟ୍ ବୋର୍ଡକୁ ଏହାର ଆକାଉଣ୍ଟ୍‌ର ଫରେନ୍ସିକ୍ ଅଡିଟ୍ ବାକି ରଖି ଇସ୍ତଫା ଦେବାକୁ କହିଥିଲେ । ଇତିମଧ୍ୟରେ ଆଇସିସି ନିଲମ୍ବନର ତଦନ୍ତ ପାଇଁ ୱିକ୍ରମସିଙ୍ଘେ ଏକ କମିଟି ଗଠନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking