28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଲୋକଙ୍କୁ ଶ୍ରୀଲଙ୍କା ମନ୍ତ୍ରୀଙ୍କ ନିବେଦନ : ପେଟ୍ରୋଲ ଟାଙ୍କିରେ ଧାଡ଼ି ନ ଲଗାନ୍ତୁ

ଲୋକଙ୍କୁ ଶ୍ରୀଲଙ୍କା ମନ୍ତ୍ରୀଙ୍କ ନିବେଦନ : ପେଟ୍ରୋଲ ଟାଙ୍କିରେ ଧାଡ଼ି ନ ଲଗାନ୍ତୁ

କଲମ୍ବୋ: ପେଟ୍ରୋଲ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ । ତେଣୁ ପେଟ୍ରୋଲ ପମ୍ପ ସମ୍ମୁଖରେ କେହି ଧାଡ଼ି ନ ଲଗାଇବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଶ୍ରୀଲଙ୍କା ସରକାର । ଦେଶର ଶକ୍ତିମନ୍ତ୍ରୀ କାଞ୍ଚନ ବିଜେସିକେରା ଏକ ବିଜ୍ଞପ୍ତିରେ କହିଛନ୍ତି ଯେ, ବିଦେଶରୁ ଆସିଥିବା ଏକ ପେଟ୍ରୋଲ ଭର୍ତ୍ତି ଜାହାଜ ସମୁଦ୍ରରେ ମାର୍ଚ୍ଚ ୨୮ରୁ ଅଟକି ରହିଛି ।

ବୈଦେଶିକ ବିନିମୟ ମୁଦ୍ରା ଅଭାବରୁ ଏହାକୁ ଖାଲି କରାଯାଇପାରୁ ନାହିଁ । ଜାହାଜ ପାଇଁ ୫୩ ନିୟୁତ ଡଲାର ଆବଶ୍ୟକ । ଏହା ଯୋଗାଡ଼ ଉଦ୍ୟମ ଜାରି ରହିଛି । ଏହା ମିଳିଗଲା ପରେ ସମ୍ପୃକ୍ତ ଜାହାଜରୁ ପେଟ୍ରୋଲ ଖାଲି କରାଯାଇ ଟାଙ୍କିକୁ ଯୋଗାଇ ଦିଆଯିବ । ଲୋକଙ୍କୁ ପେଟ୍ରୋଲ ପାଇବା ପାଇଁ ଶୁକ୍ରବାରଠାରୁ ଆଉ ତିନି ଦିନ ଲାଗିବ । ସେ ପର୍ଯ୍ୟନ୍ତ ସେମାନେ ଭିଡ଼ ନ ଲଗାଇବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking