ଏବେ ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜଙ୍କ ଭୋଗ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଶୁଖିଲା ଭୋଗକୁ ବିମାନବନ୍ଦର ଟର୍ମିନାଲରେ ବିକ୍ରି କରାଯିବ। ବିମାନବନ୍ଦର ଉପଦେଷ୍ଟା କମିଟି (ଏଏସି) ବୈଠକରେ ଏଭଳି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିମାନବନ୍ଦର ପ୍ରଶାସନିକ କାର୍ୟ୍ୟାଳୟରେ ଉପଦେଷ୍ଟା କମିଟି ବୈଠକ ବସିଥିଲା। ବିମାନବନ୍ଦର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ବୈଠକରେ ଉପସ୍ଥିତ ଥିଲେ । ଭୁବନେଶ୍ୱରରୁ ଚାରି ଧାମକୁ ବିମାନ ଚଳାଚଳ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବିମାନବନ୍ଦରର ସୌନ୍ଦର୍ୟ୍ୟକରଣ ସହ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଇଥିଲା। ଯାତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସେବା ଓ ସୁବିଧାକୁ ଆହୁରି ବ୍ୟାପକ ଓ ତ୍ୱରିତ କରିବା ନେଇ ନିଷ୍ପତ୍ତି ହୋଇଛି।
ଟର୍ମିନାଲ ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ସଂଖ୍ୟାରେ ଫୁଡ୍‌ କାଉଣ୍ଟର ଖୋଲାଯିବ । କାର ପାର୍କି ସ୍ଥାନରେ ଲୋକଙ୍କ ସୁବିଧା ପାଇଁ ଚା’ କାଉଣ୍ଟର ଖୋଲିବ। ଭୁବନେଶ୍ୱରରୁ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ବିମାନ ଚଳାଚଳ କ୍ଷମତା ବୃଦ୍ଧି ନେଇ କେନ୍ଦ୍ର ବେସାମରିକ ମନ୍ତ୍ରାଳୟକୁ ଅନୁରୋଧ କରାଯିବ।

LEAVE A REPLY

Please enter your comment!
Please enter your name here