32.1 C
Bhubaneswar
Thursday, March 28, 2024
Homeଓଡିଶାସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ଓ ଆଠଗାଁ ବିଜୟୀ

ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ଓ ଆଠଗାଁ ବିଜୟୀ

ଖଲିଆପାଲି କପ୍ ଫୁଟବଲ ଉଦ୍‌ଘାଟିତ
ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ, ଖଲିଆପାଲି ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ଆନୁକୁଲ୍ୟରେ କୋଚ ଶିବ ପ୍ରସାଦ ପଟ୍ଟନାୟକ ମେମୋରିଆଲ ଓ ଖଲିଆପାଲି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଶିବପ୍ରସାଦ ମେମୋରିଆଲର ଖେଳରେ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ୪-୦ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହୋଇଛି । ସେହିପରି ଅଷ୍ଟମ ଖଲିଆପାଲି କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ଆଠଗାଁ ଦଳ ୨-୦ ଗୋଲରେ ଡୁଙ୍ଗୁରିପଡା ଏଫଏ କୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥିଭାବେ ଜିଲ୍ଲା କ୍ରୀଡାସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଖେଳକୁ ଉଦ୍‌ଘାଟନ କରି ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ । ଉଭୟ ଖେଳରେ ସମ୍ମାନିତ ଅତିଥିଭାବେ କ୍ରୀଡାବିତ ସୁଧିର ଚନ୍ଦ୍ର ପଣ୍ଡା, ପୁର୍ବତନ ଖେଳାଳୀ ଚଗଲା ପରିଚ୍ଛା, କ୍ରୀଡାସଂସଦର ବରିଷ୍ଠ ସଦସ୍ୟ ଡ. ସିଦ୍ଧେଶ୍ୱର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, କ୍ରୀଡାସଂଗଠକ ହେମନ୍ତ କୁମାର ବେହେରା, ପୁର୍ବତନ କ୍ରୀଡାଶିକ୍ଷକ ହୃଷିକେଶ ସାଏ, ଫୁଟବଲ କୋଚ୍ ପରାସର ବାଗ, କ୍ରୀଡା ସଂଗଠକ ଟୁନା ମିଶ୍ର, କ୍ରୀଡାବିତ ଜିତେନ ଦୀପ, କ୍ରୀଡାବିତ ସୁଧାଶୁଂ ସେଠ୍ ଆୟୋଜନ କମିଟି ଅଧ୍ୟକ୍ଷ ଅଭିମନ୍ୟୁ ପାଣ୍ଡେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ସୁଶାନ୍ତ ନାଗ, ସୁଦର୍ଶନ ସେଠ୍‌, ସଂଜିବ ମହାରଣା ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଏହି ଖେଳରେ ଜଗନ୍ନାଥ ସ୍ପୋଟିଂ କ୍ଳବର ସମସ୍ତ ସଭ୍ୟ ଓ ସ୍ୱର୍ଗତ କୋଚ ଶିବ ପ୍ରସାଦ ପଟ୍ଟନାୟକଙ୍କ ପୁରାତନ କ୍ରୀଡାଛାତ୍ର ଗିରି ପାଉଲେ, ବିର୍ଶା ଓରାମ, ବାବୁଲୁ ଗୁରର୍ଲା, କଏରୁଁ ମୁଣ୍ଡା, ଝିଗୁ ତିର୍କି, ପ୍ରମୁଖ ଅନେକ ଛାତ୍ର ଉପସ୍ଥିତ ଥିଲେ ।
ଆସନ୍ତା ୧୭ ତାରିଖ ମଙ୍ଗଲବାର ପ୍ରଥମ ଖେଳ ଅପରାହ୍ନ ୨ଟାରେ ବରକାନି ବନାମ କୁଶମେଲ ଓ ଦ୍ୱିତୀୟ ଖେଳ ୩ ଘଣ୍ଟାରେ ବିଏସ୍‌ଏଫ୍ ସୋନପୁର ବନାମ୍ ବିଲେଇସର୍ଡା ମଧ୍ୟରେ ହେବ ବୋଳି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking