33.1 C
Bhubaneswar
Sunday, September 29, 2024
Homeଓଡିଶାଗୃହରେ ସ୍ୱୀକାର କଲେ କ୍ରୀଡ଼ା ମନ୍ତ୍ରୀ; ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ...

ଗୃହରେ ସ୍ୱୀକାର କଲେ କ୍ରୀଡ଼ା ମନ୍ତ୍ରୀ; ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ହୋଇଛି ଖର୍ଚ୍ଚ

ଭୁବନେଶ୍ୱର: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଇଁ ଡିଏମଏଫ ପାଣ୍ଠିରୁ ୧୩୬ କୋଟି ୮୨ ଲକ୍ଷ ଖର୍ଚ୍ଚ ହୋଇଛି । ବିଧାନସଭାରେ ଏହା ସ୍ୱୀକାର କରିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଗୁରୁବାର ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନରେ ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ହକି ଷ୍ଟାଡିୟମ ପାଇଁ ଖର୍ଚ୍ଚ ହୋଇଛି ମୋଟ ୨୬୧ କୋଟି ୭୬ ଲକ୍ଷ । ମୋଟ ଖର୍ଚ୍ଚରୁ ସର୍ବାଧିକ ୧୩୬ କୋଟି ୮୨ ଲକ୍ଷ ଡିଏମଡିରୁ ଯାଇଛି । ବାକି ୧୨୪ କୋଟି ୯୪ ଲକ୍ଷ ରାଜ୍ୟ ବଜେଟରୁ ଖର୍ଚ୍ଚ ହୋଇଛି । ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଓଡିଶା ସରକାରଙ୍କ ସାଧାରଣ ଉଦ୍ୟୋଗ ଆଇଡିସିଓକୁ ପ୍ରଦାନ କରାଯାଇଥିଲା । ମଞ୍ଜୁର ହୋଇଥିବା ବ୍ୟୟ ଅଟକଳ ୨୬୧.୭୬ କୋଟି ଅଟେ । ଏହାର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଥିଲା । ହକି ପାଇଁ ଅତିଥି ଚୟନରେ କିଛି ମାପଦଣ୍ଡ ନ ଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking