ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହୋଇଛି କହୁଛନ୍ତି ନାଣ୍ଡୁ ଧଳ । ତାରା ପ୍ରସାଦ ବାହିନୀ ପତିଙ୍କ ସହ ମଧ୍ୟ କଥା ହୋଇ ଆସିଛି । କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ, କେହି ଅଟକାଇ ପାରିବେ ନାହିଁ । ମୁଁ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବି । ହେଲେ କଂଗ୍ରେସ ଭବନ ବାହାରେ ଜଗିଥିବା ପୋଲିସ ମୋତେ ରେକିଲେ । ମୁଁ ଦିଲ୍ଲୀ ଯିବି, ତାଙ୍କ କଥା ସେମାନେ ବୁଝିବେ । ୨ ହଜାର ଲୋକ ନେଇ ରାହୁଲଙ୍କୁ ଦିଲ୍ଲୀରେ ଭେଟିବୁ କହୁଛନ୍ତି ସମର୍ଥକ ।ସୂଚନାଥାଉକି, ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସରେ ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା ହୋଇଛନ୍ତି । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ କଂଗ୍ରେସରେ ମିଶିବାକୁ ଆସିଛନ୍ତି ।










