16.1 C
Bhubaneswar
Friday, January 28, 2022
Homeଓଡିଶାଅନାହାର ମୃତ୍ୟୁ ଅପେକ୍ଷାରେ ବାପ-ପୁଅ

ଅନାହାର ମୃତ୍ୟୁ ଅପେକ୍ଷାରେ ବାପ-ପୁଅ

ବୋଲଗଡ : ରାଜ୍ୟର ଉନ୍ନତ ଜିଲ୍ଲାର ଭାବେ ପରିଚିତ ଖୋର୍ଦ୍ଧାରେ ବି ଲୋକେ ଅନାହାରରେ ରହୁଥିବେ ଏକଥା ବିଶ୍ୱାସ ନହେଲେ ବି ସତ । ଏଠାରେ ଏବେ ମଧ୍ୟ ବହୁ ଗରିବ, ଭିନ୍ନକ୍ଷମ, ଦୁଃସ୍ଥ ତଥା ସର୍ବହରା ପରିବାର ବହୁ ଦୁଃଖରେ ଦିନ କାଟୁଛନ୍ତି । ଏହାକୁ ପ୍ରକୃତରେ ପରଖିଲେ ସରକାରୀ କଳର କିଭଳି ଅବହେଳା ରହିଛି ତାହା ସହଜେ ଅନୁମେୟ । ସରକାରଙ୍କ ବହୁବିଧ ଯୋଜନା ଥିଲେ ବି ଏମାନଙ୍କ ପାଇଁ ତାହା କୌଣସି କାମରେ ଆସୁନଥିବା ଅଭିଯୋଗ ହେଉଛି । ଜିଲ୍ଲାର ବୋଲଗଡ଼ ବ୍ଲକ୍ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଆଦିବାସୀ ସାହିର ଶିବ ସ୍ୱାଇଁ(୭୦) ଏବଂ ତାଙ୍କ ପୁଅ ସତ୍ୟ ସ୍ୱାଇଁ (୪୫) ଅତି ଦୁର୍ଦ୍ଦିନରେ ରହିବା ସହ ଅନାହାରେ ଯେମିତି ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ବହୁବାର ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି ଶିବଙ୍କ ରାସନ କାର୍ଡ ଖଣ୍ଡିଏ ହୋଇପାରି ନାହିଁ । ପୁଅର ରାସନ କାର୍ଡ ଥିଲେ ବି ସେଥିରେ ବାପାଙ୍କ ନାମ ନଥିବାରୁ ତାଙ୍କୁ ରାସନ ସାମଗ୍ରୀ ମିଳିପାରୁ ନାହିଁ । ପୁଅ ସତ୍ୟଙ୍କ ଗୋଡ଼ ଅଚଳ ହୋଇଯାଇଥିବା ବେଳେ ଏକ ଦୁରାରୋଗ୍ୟରେ ପଡ଼ି ନିଜର ଚକ୍ଷୁକୁ ମଧ୍ୟ ହରାଇଛନ୍ତି । ନିଜର ବାସ କହିଲେ ଖଣ୍ଡିଏ ଚାଳ ଛପର ଘର । ଯାହାକି ରାତି ହେଲେ ଜହ୍ନ ଦେଖାଯାଏ ତ ଦିନରେ ସୂର୍ଯ୍ୟ । ତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଯାଇଛି । ନିଜେ ବାରମ୍ବାର ବ୍ଲକ୍ ଅଫିସ୍‌କୁ ଦୌଡ଼ି ନିରାଶ ହୋଇଥିବାବେଳେ ଏବେ ସେ ଆଉ କେଉଁଆଡ଼େ ଯିବାକୁ ଅକ୍ଷମ । ତଳସ୍ତରର ନେତାଙ୍କ ତଥା କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାରେ ଅସମର୍ଥ ଏହି ବାପ-ପୁଅ ଘର ଖଣ୍ଡିଏ ପାଇପାରୁନାହାନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟିପାତ କରିବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking