29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମୋର କୁଶପୁତଳିକା ଦାହ କରନ୍ତୁ : ନରେନ୍ଦ୍ର ମୋଦୀ

ମୋର କୁଶପୁତଳିକା ଦାହ କରନ୍ତୁ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆପଣଙ୍କୁ ମୋଦି ଭଲ ଲାଗୁନି ଠିକ୍ ଅଛି, ହେଲେ ଦେଶର ସମ୍ପତ୍ତି ନଷ୍ଟ କର ନାହିଁ । ସିଏଏକୁ ନେଇ ସାରା ଦେଶରେ ହିଂସା ଜାରି ରହିଥିବାବେଳେ ଆନ୍ଦୋଳନକାରୀ ଏବଂ ବିରୋଧୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଉପରେ ରାଗ ଅଛି ଯଦି ତା’ର କୁଶପୁତଳିକାକୁ ଚପଲ ମାର, ନିଆଁ ଲଗାଇ ଦିଅ । ହେଲେ ଏହାର ରାଗ ସୁଝାଇବାକୁ ଯାଇ ଗରିବ ଲୋକଙ୍କ ଘର କିମ୍ୱା ଗାଡ଼ି ପୋଡ଼ ନାହିଁ । ନାଗରିକତା (ସଂଶୋଧନ) ଆଇନକୁ ନେଇ ସାରା ଦେଶରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଥିବାବେଳେ ବିରୋଧୀ ଦଳମାନେ ନିଆଁରେ ଘିଅ ଢାଳୁଛନ୍ତି । ସେମାନେ ମିଛ ଭିଡ଼ିଓ ଜାରି କରି ହିଂସାକୁ ପ୍ରେତ୍ସାହନ ଦେଉଛନ୍ତି । କଂଗ୍ରେସ ଓ ସହରୀ ନକ୍ସଲମାନେ ନାଗରିକତା ଆଇନ ସଂପର୍କରେ ମିଛ ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ଦିଲ୍ଲୀର ରାମଲୀଳା ମୈଦାନରେ ଅନୁଷ୍ଠିତ ଧନ୍ୟବାଦ ର‍୍ୟାଲିରେ ଉଦବୋଧନ ଦେଇ ପ୍ରଥାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସଂସଦର ଗତ ଅଧିବେଶନର ଗୃହୀତ ହୋଇଥିବା ନାଗରିକତା ଆଇନର ଉଦ୍ଦେଶ୍ୟ ହେଉଛି ଆମ ପଡ଼ୋଶୀ ଦେଶରେ ଅତ୍ୟାଚାରର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ଆଶ୍ରୟ ଦେବା । ଏହି ଆଇନକୁ ଗୃହୀତ କରିଥିବାରୁ ସେ ସଂସଦ ନିକଟରେ କୃତଜ୍ଞ ବୋଲି ମୋଦୀ କହିଛନ୍ତି । ଏହି ଐତିହାସିକ ଆଇନ ସପକ୍ଷରେ ସମସ୍ତେ ବାହାରିବା ଉଚିତ ବୋଲି ସେ କହିଛନ୍ତି । କିନ୍ତୁ ବିରୋଧୀଦଳ ଏହି ଆଇନ ସଂପର୍କରେ ମିଥ୍ୟା ପ୍ରଚାର କରୁଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଉଛି ଯେ ଦେଶର ମୁସଲିମମାନଙ୍କୁ ବନ୍ଦୀ କରି ରଖାଯିବ । କିନ୍ତୁ ଏହା ସଂପୂର୍ଣ୍ଣ ମିଛ ।ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।
ନାଗରିକତା ଆଇନ ଭଳି ଏନଆରସିକୁ ନେଇ ଗୁଜବ ଖବର ପ୍ରଚାର କରାଯାଉଛି। ଏନଆରସି ସଂସଦରେ ଉପସ୍ଥାପନ ହୋଇ ନାହିଁ। ହେଲେ ବିରୋଧୀ ଛୋଟ ଛୁଆଙ୍କ ଭଳି ହେଉଛନ୍ତି। ଅର୍ବାନ୍ ନକ୍ସଲ ମାନେ ଲୋକଙ୍କୁ ଡ଼ରାଉଛନ୍ତି ବୋଲି ମୋଦି କହିଛନ୍ତି। ସିଏଏକୁ ନେଇ କୌଣସି ଭାରତୀୟ ଭୟ କରିବାର ଆବଶ୍ୟକ ନାହିଁ। କଂଗ୍ରେସ ସରକାର ବେଳେ ଏହି ନାଗରିକତା ସଂଶୋଧନ ହେବ ବୋଲି ଅନୁମୋଦନ ହୋଇଥିଲା। ସେତେବେଳେ ଏହାକୁ କାହିଁକି ବିରୋଧ ହେଲା ନାହିଁ? ଆଜି କାଗଜ କଲମ, ସାର୍ଟିଫିକେଟ ଆଧାରରେ ମୁସଲିମ ଲୋକଙ୍କୁ ଭୟଭୀତ କରାଯାଉଛି। ମନମୋହନ ସିଂହ, ଅଶୋକ ଗେହଲଟଙ୍କ ଭଳି କଂଗ୍ରେସ ନେତା ବାଂଲାଦେଶ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯାଉ ବୋଲି କହିଥିବା ମୋଦି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking