37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗନିଟ୍ ପାଇଁ ୪ ସ୍ପେଶାଲ ଟ୍ରେନ

ନିଟ୍ ପାଇଁ ୪ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର: ନିଟ୍ ପରୀକ୍ଷା ପାଇଁ କାଲି ୪ଟି ସ୍ପେଶାଲ ଟ୍ରେନ ଚଲାଇବ ରେଳ ବିଭାଗ । ପ୍ରଥମଟି ଖରିଆର ରୋଡରୁ ସମ୍ବଲପୁର ଭାୟା ଟିଟିଲାଗଡ ଦେଇ ଗତି କରିବ । ୨ୟଟି ରାୟଦଡାରୁ ସମ୍ବଲପୁର, ୩ୟଟି ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ, ୪ର୍ଥଟି କେନ୍ଦୁଝରରୁ ଭୁବନେଶ୍ୱରରୁ ଭାୟା କଟକ ଦେଇ ଯିବ ସ୍ପେଶାଲ ଟ୍ରେନ । ଛାତ୍ରଛାତ୍ରୀଙ୍କ ଯିବା ଆସିବାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ଆଜି ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀରୁ ୩, ମୟୁରଭଞ୍ଜରୁ ୨, କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking