ବୃଦ୍ଧ ବାପା-ମା’ଙ୍କ ସେବା ପାଇଁ ସ୍ୱତନ୍ତ୍ର ଛୁଟି : ଆସାମ ସରକାର କଲେ ଘୋଷଣା

ଗୁଆହାଟୀ: ବୃଦ୍ଧ ବାପା ମା’ ଓ ପରିବାର ଲୋକଙ୍କ ସହ ବର୍ଷକୁ ଥରେ ସମୟ କାଟିବା ପାଇଁ ସ୍ୱତନ୍ତ୍ର ଛୁଟିରେ ବ୍ୟବସ୍ଥା ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଆସାମ କ୍ୟାବିନେଟ୍ ଆସନ୍ତା ବର୍ଷ ପ୍ରଥମ ସପ୍ତାହରେ ହିଁ ସବୁ ଅଧିକାରୀ ଓ ମନ୍ତ୍ରୀମାନଙ୍କୁ ୪ ଦିନ ଛୁଟି ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛି । ୱିକେଣ୍ଡ ପାଇଁ ଦୁଇଦିନ ଓ ୨ଟି ଅତିରିକ୍ତ ସରକାରୀ ଛୁଟିକୁ ଯୋଡ଼ା ଯାଇଛି । ପ୍ରତିବର୍ଷ ଆରମ୍ଭରୁ ଅଧିକାରୀମାନେ ଏହି ଛୁଟିର ବ୍ୟବହାର କରିପାରିବେ ।

କେବଳ ନିଜର ବୃଦ୍ଧ ବାପା ମା’ କିମ୍ବା ଶାଶୂ ଶ୍ୱଶୁରଙ୍କୁ ଦେଖା କରିବା ପାଇଁ କିମ୍ବା ସେମାନଙ୍କୁ କୌଣସି ଟୁର୍‌ରେ ନେବା ପାଇଁ ହିଁ ବ୍ୟବହାର କରିପାରିବେ । ଏହାବାଦ୍ ଆଉ କୌଣସି କାରଣ ପାଇଁ ଏହି ଛୁଟି ମିଳିପାରିବ ନାହିଁ ବୋଲି ଆସାମ ସରକାର ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ନୂଆ ବର୍ଷ ଆରମ୍ଭରୁ ସମସ୍ତ ଅଧିକାରୀ ଓ ମନ୍ତ୍ରୀମାନେ ସେମାନଙ୍କ ବାପା ମା’ଙ୍କ ଆଶୀର୍ବାଦ ଲାଭ କରିବାର ସୁଯୋଗ ପାଇବେ । ପରେ ସେମାନେ ରାଜ୍ୟ ପାଇଁ ବର୍ଷ ତମାମ ଭଲ କାମ କରିପାରିବେ । ଏହି ଅତିରିକ୍ତ ଛୁଟିକୁ ଆଇଏଏସ୍‌, ଆଇପିଏସ୍‌, ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ ସବୁ ବର୍ଗର ଅଧିକାରୀମାନେ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here