ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି ମା କାଳୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଯାଜପୁର: ଯାଜପୁର ପୂଣ୍ୟତୋୟା ବୈତରଣୀ ନଦୀ ତଟରେ ରହିଛି ଜମ ମା ସାତ ଭଉଣୀଙ୍କ ମନ୍ଦୀର । ଯେଉଁଠି ଗତକାଲି ବିଳମ୍ବିତ ରାତ୍ରିରୁ ଆରମ୍ଭ ହୋଇଛି ମା କାଳୀଙ୍କ ସ୍ୱତନ୍ତ୍ର ପୂଜାର୍ଜ୍ଜନା । ଆଦ୍ୟପୀଠ ଭାବେ ପରିଚିତ ଏହି ମନ୍ଦୀରରେ କୋରୋନା କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଉଛି । ବିଶ୍ୱାସ ରହିଛି ଜମରାଜଙ୍କ ୭ ଭଉଣୀ ଗୋଟିଏ ସ୍ଥାନରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯେଉଁଥିପାଇଁ ପ୍ରତିବର୍ଷ ଏହାକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିିଳିଥାଏ । କିନ୍ତୁ ଚଳିତ ବର୍ଷ କଟକଣା ଯୋଗୁଁ କୌଣସି ଭକ୍ତଙ୍କ ଆସିବା ଉପରେ ପ୍ରତିବନ୍ଧକ ଲାଗିଛି ।

LEAVE A REPLY

Please enter your comment!
Please enter your name here