43 C
Bhubaneswar
Tuesday, April 16, 2024
Homeଓଡିଶାସ୍ୱତନ୍ତ୍ର ହିରାକୁଦ୍, ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ଖୋର୍ଦ୍ଧା ରୋଡ୍‌-ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ ପ୍ରାରମ୍ଭ

ସ୍ୱତନ୍ତ୍ର ହିରାକୁଦ୍, ଜଗନ୍ନାଥ ଏକ୍ସପ୍ରେସ୍ ଏବଂ ଖୋର୍ଦ୍ଧା ରୋଡ୍‌-ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ ପ୍ରାରମ୍ଭ

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶାଖାପାଟନମ୍‌-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ପେଶାଲ୍‌, ପୁରୀ-ହାଓଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଏବଂ ଖୋର୍ଦ୍ଧା ରୋଡ୍‌-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ସେବା ପ୍ରାରମ୍ଭ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି । ୦୮୫୦୩/୦୮୫୦୪ ବିଶାଖାପାଟନମ୍‌-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ସ୍ୱତନ୍ତ୍ର ତ୍ରି-ସାପ୍ତାହିକ ସ୍ପେଶାଲ ଟ୍ରେନ ବିଶାଖାପାଟନମ୍ ଠାରୁ ୧୧ ସେପ୍ଟେମ୍ବରରୁ ଏବଂ ଅମୃତସରରୁ ୧୫ ସେପ୍େଟମ୍ବର ଠାରୁ ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ନିଷ୍ପତି ନିଆଯାଇଛି । ପୂର୍ବରୁ ଚାଲୁଥିବା ପାରମ୍ପରିକ କୋଚଗୁଡ଼ିକ ବଦଳରେ ହୀରାକୁଦ ସ୍ପେଶାଲ୍ ଟ୍ରେନ୍ ଆଧୁନିକ ଲିଙ୍କେ-ହୋଫମ୍ୟାନ୍‌-ବସ୍ କୋଚ୍ ସହିତ ଚଳାଚଳ କରିବ ।

ଏହି ଟ୍ରେନ୍ ପ୍ରତି ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର ଦିନ ୦୦୨୫ ଘଂଟାରେ (ସୋମ, ଗୁରୁ ଓ ଶୁକ୍ରବାର ରାତ୍ରି ୧୨ଘ.୨୫ମି.ରେ) ବିଶାଖାପାଟନମ୍ ଛାଡିବ ଏବଂ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ରବିବାର ଦିନ ଅମୃତସରରୁ ରାତ୍ରି ୧୧ଘ.୫୫ମି.ରେ ଛାଡିବ । ଏହି ଟ୍ରେନ୍ ଭୁବନେଶ୍ୱର-ସମ୍ବଲପୁର-ବିଳାସପୁର-କାଟନି ମୁରୱାରା-ଝାନ୍ସୀ-ଆଗ୍ରା କାଂଟ-ନୂଆଦିଲ୍ଲୀ-ଜଳନ୍ଧର ମାର୍ଗ ଦେଇ ଚଳାଚଳ କରିବ ଏବଂ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମାନଙ୍କରେ ରହଣି କରିବ । ୦୮୪୧୦/୦୮୪୦୯ ପୁରୀ-ହାଓଡ଼ା-ପୁରୀ ସ୍ପେଶାଲ୍ ପୁରୀ ରୁ ୧୫ ସେପ୍ଟେମ୍ବର ଠାରୁ ରାତ୍ରି ୧୦ଘ.୪୦ମି.ରେ ଏବଂ ହାଓଡ଼ାରୁ ୧୬ ସେପ୍ଟେମ୍ବର ଠାରୁ ସନ୍ଧ୍ୟା ୭ଘ.୦୫ମି.ରେ ପ୍ରତିଦିନ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀ ଓ ହାଓଡ଼ା ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍‌, ଭଦ୍ରକ୍‌, ବାଲେଶ୍ୱର, ବସ୍ତା, ଜଳେଶ୍ୱର, ବେଲଦା,ଖଡଗପୁର, ମେଛେଦା ଏବଂ ସାନ୍ତ୍ରାଗଛି ଷ୍ଟେସନ ମାନଙ୍କ ଠାରେ ରହଣି କରିବ । ୦୮୪୦୪/୦୮୪୦୩ ପୁରୀ-ଖୋର୍ଦ୍ଧା ରୋଡ୍‌-ପୁରୀ ପାସେଞ୍ଜର ସ୍ପେଶାଲ୍ ପୁରୀରୁ ୨୦ ସେପ୍ଟେମ୍ବର ଠାରୁ ସନ୍ଧ୍ୟା ୫ଘ.୪୫ମି.ରେ ଛାଡିବାକୁ ଥିବାବେଳେ ଏହା ୨୧ ସେପ୍େଟମ୍ବର ଠାରୁ ଖୋର୍ଦ୍ଧା ରୋଡ଼ ରୁ ସକାଳ ୭ଘ.୪୫ମି.ରେ ଛାଡି ପରବର୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ୍ ଉଭୟ ଦିଗରୁ ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ମଧ୍ୟରେ ମାଳତୀପାଟପୁର, ଜାନକିଦେଇପୁର, ସାକ୍ଷୀଗୋପାଳ, ବୀରପୁରୁଷୋତମପୁର, ଜେନାପୁର ରୋଡ଼, ଡେଲାଙ୍ଗ, କଣାସ ରୋଡ୍‌, ମୋଟାରୀ ଏବଂ ହରିପୁରଗ୍ରାମ ଷ୍ଟେସନ ମାନଙ୍କରେ ରହଣି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking