29.1 C
Bhubaneswar
Monday, June 24, 2024
Homeଓଡିଶା୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ

୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ଦିନଟିଏ ଘୁଞ୍ଚିଲା ବିଧାନସଭା ବାଚସ୍ପତି ନିର୍ବାଚନ । ୨୧ ପରିବର୍ତ୍ତେ ୨୨ରେ ହେବ ବାଚସ୍ପତି ନିର୍ବାଚନ। ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚି ଥିବା ସୂଚନା । ୨୨ ତାରିଖ ସଖାଳ ୯ ଟା ୩୦ ହେବେ ନିର୍ବାଚନ ।  ଏଥିପାଇଁ ୧୮ ତାରିଖରେ ବାଚସ୍ପତି ପାଇଁ ଅଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି। ମେ’ ୧୨ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଗତ ବର୍ଷ ଜୁନ୍ ମାସରେ ସ୍ୱର୍ଗତଃ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ଆସନରେ ବସିଥିଲେ ବିକ୍ରମ କେଶରୀ ଆରୁଖ। ସେହିପରି ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ବିଧାନସଭା ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ ବୋଲି ସୂଚନା ଦିଆଯାଇଛି। ଏହାସହ ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking