16.1 C
Bhubaneswar
Friday, January 28, 2022
Homeକରୋନାସ୍ପେନର ଯୁବ ଫୁଟବଲ କୋଚ କରୋନା ସଂସ୍ପର୍ଶରେ ଆସି ମୃତ୍ୟୁ

ସ୍ପେନର ଯୁବ ଫୁଟବଲ କୋଚ କରୋନା ସଂସ୍ପର୍ଶରେ ଆସି ମୃତ୍ୟୁ

ମୁମ୍ବାଇ: ଦିନକୁ ଦିନ ଅତି ଭୟଙ୍କର ରୂପ ନେଉଛି କରୋନା ଭଇରସ । ତେବେ ଭାରତରେ କରୋନାରେ ୨ଜଣଙ୍କ ମୃତ୍ୟୁ ହେଇଥିବ ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶ୍ୱର ୧୫୭ଟି ଦେଶକୁ କରୋନା ଭାଇରସ ପହଞ୍ଚିଛି । ସମଗ୍ର ବିଶ୍ୱରେ ଏଯାଏଁ ୭୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୪୯ ଓ ସ୍ପେନରେ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ପେନର ଯୁବ ଫୁଟବଲ କୋଚ ଫ୍ରାନ୍ସସ୍କୋ ଗ୍ରାସିଆ ଏହି ଭାଇରସ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି ।
ଫ୍ରାନ୍ସସ୍କୋ ୨୧ ବର୍ଷ ବୟସର ଥିଲେ । ସେ କ୍ୟାନସର ରୋଗରେ ମଧ୍ୟ ପିଡିତ ଥିଲେ । ଏହାରି ମଧ୍ୟରେ ତାଙ୍କୁ କରୋନା ଭାଇରସ ଛୁଇଁଥିଲା । ପୂର୍ବରୁ ରୋଗୀ ଥିବାରୁ ତାଙ୍କର ରୋଗ ପ୍ରତିଷେଧକ କ୍ଷମତା ହ୍ରାସ ପାଇସାରିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।
https://onakhabar.com/2020/03/17/the-ohrc-has-imposed-a-curfew-on-corona/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking