28.1 C
Bhubaneswar
Saturday, April 20, 2024
Homeଓଡିଶାଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଓଡିଶା ଛୁଇଁଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ପାଣିପାଗ ବିଭାଗ କରିଥିବା ଆକଳନ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି । ଜୁନ ୧୧ କିମ୍ବା ୧୨ ତାରିଖରେ ଏହା ଓଡିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏବେ ରାଜ୍ୟରେ ବର୍ଷା ଜାରି ରହିଛି । ମୌସୁମୀ ପ୍ରବେଶ ସହ ଏବେ ରାଜ୍ୟରେ ଲଗାଣ ବର୍ଷା ଆରମ୍ଭ ହେବ । ତେବେ ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ । ବର୍ଷାର ପରିମାଣ ୧୦୩ ପ୍ରତିଶତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ମୌସୁମୀ ବାୟୁ ପ୍ରବେଶ କରିଥିବାରୁ ବର୍ଷାର ପରିମାଣ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆଜି ଓ ଆସନ୍ତାକାଲି ପାଇଁ ଦକ୍ଷିଣ ଓ ଉପକୂଳ ଓଡିଶାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
https://onakhabar.com/2020/06/11/bjd-mp-sasmit-patra-said-about-mask/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking