ନୂଆଦିଲ୍ଲୀ : ଦକ୍ଷିଣ କୋରିଆରେ ‘ଆମୋବା’ ସଂକ୍ରମଣରୁ ନାଗରିକଙ୍କ ମୃତ୍ୟୁ। ନାଗେରିଆ ଫାଉଲେରୀରୁ ଦକ୍ଷିଣ କୋରିଆ ଏହାର ପ୍ରଥମ ସଂକ୍ରମଣ ରିପୋର୍ଟ କରିଥିଲା, ଯାହାକୁ ସାଧାରଣତ ମସ୍ତିଷ୍କ ଆଟାକ୍ ‘ଆମୋବା’ କୁହାଯାଏ। ଏ ନେଇ କର୍ତ୍ତୃପକ୍ଷ ସୋମବାର କହିଛନ୍ତି। କୋରିଆ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି ନିଶ୍ଚିତ କରିଛି ଯେ, ଥାଇଲ୍ୟାଣ୍ଡରୁ ଫେରିବା ପରେ ଜଣେ କୋରିଆ ନାଗରିକଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ସେଠାରେ ଚାରିମାସ ରହିବା ପରେ ଡିସେମ୍ବର ୧୦ ରେ କୋରିଆ ଫେରି ଆସିଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ ସପ୍ତାହ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା । କେଡିସିଏ କହିଛି ଯେ ଏହା ତିନି ପ୍ରକାରର ପାଥୋଜେନ ଉପରେ ଜେନେଟିକ ପରୀକ୍ଷଣ କରିଛି ଯାହା ଦ୍ୱାରା ନାଗଲେରିଆ ଫାଉଲେରୀ ଏହାର କାରଣ ନିଶ୍ଚିତ କରିଛନ୍ତି। ଏହି ପରୀକ୍ଷଣ ନିଶ୍ଚିତ କରିଛି ଯେ ପୁରୁଷଙ୍କ ଶରୀରରେ ଥିବା ଜିନ୍ ୯୯.୬ ପ୍ରତିଶତ ଅଟେ ଯାହା ମେନିଞ୍ଜାଇଟିସ୍ ରୋଗୀଙ୍କ ରିପୋର୍ଟରେ ମିଳିଥିଲା।
ଦକ୍ଷିଣ କୋରିଆରେ ଏହି ରୋଗରୁ ଏହା ପ୍ରଥମ ସଂକ୍ରମଣ। ୧୯୩୭ ମସିହାରେ ଭର୍ଜିନିଆରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା ନାଗଲେରିଆ। ଫାଉଲେରୀ ହେଉଛି ଏକ ଆମୋବା, କିମ୍ବା ଏକ କୋଷ ବିଶିଷ୍ଟ ଜୀବ, ଯାହା ମୃତ୍ତିକା ଏବଂ ଉଷ୍ମ ମଧୁର ଜଳରେ ବାସ କରେ । ଆମୋବା ନାକ ଦେଇ ନିଶ୍ୱାସରେ ଶରୀରରେ ପ୍ରବେଶ କରି ମସ୍ତିଷ୍କକୁ ପ୍ରବେଶ କରେ । ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି ହୋଇପାରେ ଏବଂ ପରବର୍ତ୍ତୀ ଲକ୍ଷଣଗୁଡ଼ିକ ପ୍ରବଳ ମୁଣ୍ଡବିନ୍ଧା, ଜ୍ୱର, ବାନ୍ତି ଏବଂ ବେକ ଦରଜ ଆଦି ଲକ୍ଷଣ ଦେଖାଯାଏ। ନାଗଲେରିଆ ଫାଉଲେରୀ ପାଇଁ ଇନକ୍ୟୁବେସନ ଅବଧି ସାଧାରଣତ ଦୁଇରୁ ତିନି ଦିନ ଏବଂ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ହୋଇଥାଏ। ଯଦିଓ ନାଗଲେରିଆ ଫାଉଲେରୀର ମାନବ ସଂକ୍ରମଣ ଅସମ୍ଭବ, ଯେଉଁଠାରେ ରୋଗ ଆରମ୍ଭ ହୋଇଥିଲା ସେହି ଅଞ୍ଚଳ ଓ ଆଖପାଖକୁ ନଯିବା ପାଇଁ କେସିଡିଏ ବାସିନ୍ଦାଙ୍କୁ କହିଛନ୍ତି ।