29.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କଲା ଦକ୍ଷିଣ କୋରିଆ

ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କଲା ଦକ୍ଷିଣ କୋରିଆ

ସିଓଲ୍: ୨୦୩୦ ସୁଦ୍ଧା ଚନ୍ଦ୍ରରେ ଭବିଷ୍ୟତ ପାଇଁ ଅବତରଣସ୍ଥଳୀ ଖୋଜି ପାଇବା ପାଇଁ ମହାକାଶ ଯୋଜନା ଉପରେ ଗୁରୁତ୍ବାରୋପ କରିଥିବା ଦକ୍ଷିଣ କୋରିଆ ଆଜି ତା’ର ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି। ଆଜି ସକାଳ ୮.୦୮ରେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ଅନ୍ତର୍ଗତ କେପ୍ କାନାଭେରାଲରେ ଥିବା ‘ୟୁ.ଏସ୍. ଫୋର୍ସ ଷ୍ଟେସନ୍’ରୁ କୋରୀୟ ପାଥ୍ଫାଇଣ୍ଡର୍ ଲୁନାର୍ ଅର୍ବିଟର୍  ‘ସ୍ପେସଏକ୍ସ୍’ର ‘ଫାଲକନ୍‌୯’ ରକେଟ୍ ଦ୍ବାରା ଉତକ୍ଷେପଣ କରାଯାଇଛି ବୋଲି ଦକ୍ଷିଣ କୋରିଆର ବିଜ୍ଞାନ ମନ୍ତ୍ରାଳୟ କହିଛି। ଉତକ୍ଷେପଣ ହେବାର ୪୦ ମିନିଟ୍ ପରେ ୬୭୮ କେ.ଜି. ଓଜନବିଶିଷ୍ଟ ‘ଡାନୁରି’ ରକେଟରୁ ପୃଥକ୍ ହୋଇ ସକାଳ ପ୍ରାୟ ୯.୪୦ ମିନିଟ୍ ବେଳକୁ ‘ଗ୍ରାଉଣ୍ଡ୍ ଷ୍ଟେସନ୍’ ସହିତ ଯୋଗାଯୋଗ ଆରମ୍ଭ କରିଥିଲା।ବିଜ୍ଞାନ ଉପମନ୍ତ୍ରୀ ଓହ୍ ସାଏ-ସେଓଗ୍ କହିଛନ୍ତି, ପ୍ରାପ୍ତ ସୂଚନାକୁ ବିଶ୍ଳେଷଣ କରି ଆମେ ସୁନିଶ୍ଚିତ ଯେ, ‘ଡାନୁରି’ ସ୍ବାଭାବିକ ଭାବେ କାର‌୍ୟ୍ୟ କରୁଛି। ଡିସେମ୍ବର ପୂର୍ବରୁ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking