26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭିନ୍ନ ଶୈଳୀରେ କୋଟିଏରୁ ଅଧିକ ଟଙ୍କାର ସୁନା ଲୁଟ୍‌

ଭିନ୍ନ ଶୈଳୀରେ କୋଟିଏରୁ ଅଧିକ ଟଙ୍କାର ସୁନା ଲୁଟ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କାଳକାଜୀ ଅଂଚଳରେ ଏକ ଗହଣା ଦୋକାନରୁ କୋଟି କୋଟି ଟଙ୍କାର ସୁନା ଗହଣା ଚୋରି ହୋଇଛି । ପରେ ପୁଲିସ ଏହି ଘଟଣାରେ ଅଭିଯୁକ୍ତ ମୋହମ୍ମଦ ଶେଖନୁରକୁ ଗିରଫ କରିଛି । ଏହି ଚୋରିକୁ ଚୋର ପିପିଇ କିଟ୍ ପିନ୍ଧି କରିଛି । ବୁଧବାର ସକାଳ ୧୧ଟାରେ ସାଉଥ ଇଷ୍ଟ ଦିଲ୍ଲୀର କାଳକାଜୀରେ ଶେଖ ନୁର ଅଂଜଳି ଜୁଏଲର୍ସରେ ପିପିଇ କିଟ୍ ପିନ୍ଧି ଲୁଟ କରିଥିଲେ । ପୁଲିସ କହିବାନୁସାରେ, ଅଭିଯୁକ୍ତ ଶେଖ ନୁର୍ ଅନ୍ୟ ଏକ ଦୋକାନ ଛାତରୁ ଦୋକାନ ଭିତରେ ପ୍ରବେଶ କରିଥିଲା । ସେ ଏତେ ଚତୁରତାର ସହ ଚୋରି କରିଥିଲା ଯେ, ସେଠାରେ ଥିବା ଗାର୍ଡକୁ ବି ଏହା ଜାଣିପାରିନଥିଲେ । ସୋ ରୁମରେ ଥିବା କୋଟି କୋଟି ଟଙ୍କାର ଗହଣା ଲୁଟିବା ପରେ ଶେଖ ନୁର୍ ଗହଣା ଭରି ବ୍ୟାଗକୁ ଆରାମରେ ଅଟୋରେ ନେଇ ଯାଇଥିଲା । ଏହାରି ଭିତରେ ତାକୁ କେହି ମଧ୍ୟ ଅଟକାଇ ନଥିଲେ । ମାତ୍ର ଏହି ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ଲୁଟେରାକୁ ଗିରଫ କରିଥିଲା ପୁଲିସ । ଳୁଟେରା ଶେଖ ନୁର ଠାରୁ ୧୩ କୋଟି ଟଙ୍କାର ୨୫ କିଲୋ ସୁନା ଜବତ କରିଛି ପୁଲିସ । ପୁଲିସ କହିଛି ଯେ, ଅଭିଯୁକ୍ତ ଶେଖ ନୁର୍ ହୁବଳୀ ନିବାସୀ ହୋଇଥିବା ବେଳେ ସେହି ଅଂଚଳରେ ସେ ଜଣେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking