27.1 C
Bhubaneswar
Thursday, April 25, 2024
Homeଖେଳକରୋନା ନେଇ ସ୍ଥଗିତ ହେବନି ଆଇପିଏଲ୍‌

କରୋନା ନେଇ ସ୍ଥଗିତ ହେବନି ଆଇପିଏଲ୍‌

କୋଲକାତା: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ଭାରତ ମୁହାଁ ହୋଇଛି। ଭାରତରେ ଏବେ କରୋନା ଭାଇରସକୁ ନେଇ ନାହିଁ ନଥିବା ଭୟ ମଧ୍ୟ ଦେଖିବାକୁ ମିଳିଛି। ଏହା ମଧ୍ୟରେ ଚଳିତ ମାସ ଶେଷଭାଗରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ବା ଆଇପିଏଲର ଆୟୋଜନକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିବାରେ ଲାଗିଛି। କରୋନା ପାଇଁ ଆଇପିଏଲ୍ ବନ୍ଦ ହେବ କି ଜାରି ରହିବ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।
ତେବେ ବିସିସିଆଇ ଆଇପିଏଲକୁ ନେଇ ସ୍ପଷ୍ଟ କରିଛି ଯେ ଆଇପିଏଲର ୧୩ଶ ସଂସ୍କରଣ ନିର୍ଦ୍ଧାରିତ ସମୟରେ ହେବ ଏବଂ କରୋନା ଭାଇରସକୁ ନେଇ ସମସ୍ତ ପ୍ରକାରର ଆବଶ୍ୟକ ପଦପେକ୍ଷ ମଧ୍ୟ ଉଠାଯିବ। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ “ଆଇପିଏଲ୍ ସ୍ଥଗିତ ହେବ ନାହିଁ। ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ସୁଚାରୁରୂପେ ଆୟୋଜନକୁ ନେଇ ବୋର୍ଡ ଯଥାସମ୍ଭବ ପଦକ୍ଷେପ ଉଠାଇବାକୁ ପ୍ରସ୍ତୁତ ଅଛି।”
https://onakhabar.com/2020/03/06/rajyasabha-election-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking