31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସଟ ସର୍କିଟ ରେ ୪୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ସଟ ସର୍କିଟ ରେ ୪୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ 

ଲମତାପୁଟ: ଅଳ୍ପ କେ ବର୍ତି ଗଲେ ଗୋଟିଏ ପରିବାରଏକ ଅଭାବନିୟ ଘଟଣା ଘଟିଛି ।  ଲମତାପୁଟ ବ୍ଲକର ତୁସୁବା ପଞ୍ଚାୟତ ର ସଗର ଗ୍ରାମରେ ଗୋଟିଏ ପରିବାର । ଗତକାଲି ଅପରାହ୍ନରେ ବଡସଗର ଅଞ୍ଚଳରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଲାଗିରହିଥିଲା । ଘଡ ଘଡି ସମୟରେ କୈ।ଣସି ପ୍ରକାରେ ଗ୍ରାମର ମଦନ ପାଙ୍ଗିର ଘର ଭିତରେ ଥିବା ସୁଇଚ୍ ବର୍ଡ ଠାରେ ସଟ୍ ସର୍କିଟ ହୋଇ ନିଆଁ ଲାଗି ଅପରାହ୍ନ ପାଞ୍ଚଟା ସମୟରେ ଘର ଭିତରେ ଥିବା ଗୋଟିଏ ଫ୍ରିଜ୍, ଦୁଇଟି ମୋବାଇଲ୍, ଗ୍ରାଇଣ୍ଡର, ପୋଷାକ ପତ୍ର ଓ ଅନେକ ଆସବାବ ସାମଗ୍ରୀ ସହିତ ହାଟ ବ୍ଯବସାୟ ପାଇଁ ଧାର ମାଗିଥିବା ୪୦ ହଜାର ଟଙ୍କା ପୋଢି ପାଉଁସ ହେଇଯାଇଛି । ମଦନ ଙ୍କ ସୁଚନା ଅନୁସାରେ ପରିବାର ସମସ୍ତେ କାମକୁ ଯାଇ ଘରକୁ ଫେରିନଥିଲେ । ଘରେ କେହି ନଥିବା ସମୟରେ ଘରଭିତରୁ ଧୁଆଁ ବାହାରିବା ସାହିର ଲୋକେ ଦେଖି ମଦନକୁ ଫୋନ୍ କରି ଜଣେଇଥିଲେ କିନ୍ତୁ ମଦନ ପହଞ୍ଚି ଘର ଖବାଟ ଖୋଲି ଦେଖିଲା ବେଳକୁ ଅଧା ଜିନିଷ ପାଉଁସ ହୋଇଯାଇଥିଲା । ସଟ ସର୍କିଟ ହେଇଥିବା ଜାଣି ବିଦ୍ୟୁତ ବିଭାଗିୟ କର୍ମଚାରୀଙ୍କୁ ଯୋଗାଯୋଗ କରି ବିଦ୍ୟୁତ କାଟିବା ପରେ ନିଆଁକୁ ଆୟତ କରିଥିଲେ । ଦିନରେ ଘଟଣା ଘଟିଥିବା ଯୋଗୁଁ ପରିବାର ଉପରୁ ମହାବିପଦ ଟଳିଯାଇଥିବା ଗ୍ରାମବାସୀ ପ୍ରକାଶ କରିଥିଲା ବେଳେ ରାତିରେ ଘଟଣା ଘଟିଥିଲେ ପରିବାର ଉପରେ ମହାବିପଦ ରହିଥିଲା ବୋଲି ମତଦେଇଛନ୍ତି । ଏପଟେ ବ୍ୟବସାୟ ପାଇଁ ଧାର ଖରଜ କରି ଆଣିଥିବା ୪୦ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତିକୁ ନେଇଦୁଃଖ ରେ ଭାଙ୍ଗି ପଢିଛନ୍ତି ମଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking