30.1 C
Bhubaneswar
Thursday, April 25, 2024
Homeଓଡିଶାମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ଶାଶୁ, ଶ୍ୱଶୁର ଓ ସ୍ୱାମୀ ଅଟକ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ଶାଶୁ, ଶ୍ୱଶୁର ଓ ସ୍ୱାମୀ ଅଟକ

ସୋରଡା : ସୋରଡା ଥାନା ଅସୁରବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଜନୈକ ମହିଳାଙ୍କ ସନ୍ଦେହକଜନ ମୃତ୍ୟୁ ଘଟିଛି । ଶାଶୂଘରେ ବୋହୂକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ କୌଶଲ୍ୟ ଗୌଡ । ସେ ଗୋବିନ୍ଦପୁର ଗ୍ରାମର ଗୌରୀ ଶଙ୍କର ଗୌଡ଼ ଓରଫ ଗୋବର ଏଲୀୟସଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ଶୁକ୍ରବାର ରାତ୍ରିରେ କୌଶଲ୍ୟାଙ୍କ ସାପ ଦଂଶନରେ ମୃତ୍ୟୁ ହୋଇଥିବା ନେଇ ଶ୍ୱଶୁର ଘର ଲେକେ ତାଙ୍କ ବାପାଙ୍କୁ ଫୋନରେ ଜଣାଯାଇଥିଲା । ଆଜି ସକାଳୁ ମୃତକଙ୍କ ବାପା ନରହରି ଗୌଡ ଯୌତୁକ ପାଇଁ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ସୋରଡା ଥାନାରେ ଲିଖିତ ଏତେଲା ଦେଇଛନ୍ତି ।

ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୋରଡା ପୁଲିସ୍ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଏଏସ୍‌ଆଇ ସୁନୀଲ କୁମାର କନ୍ଦଗୌରୀ, ଅତିରିକ୍ତ ତହସିଲଦାର କୋରେଶ ଚନ୍ଦ୍ର ଜାନୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିଛନ୍ତି । ଏହି ଘଟଣାରେ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ପଠାଇଛି । ମୃତ କୌଶଲ୍ୟାଙ୍କ ଜଣେ ୫ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking