37.1 C
Bhubaneswar
Thursday, March 28, 2024
Homeଓଡିଶାବଡ଼ଭାଇ ମୃତ୍ୟୁ ଘଟଣାରେ ୨ ସାନଭାଇ, ଭାଇବୋହୂ ଗିରଫ

ବଡ଼ଭାଇ ମୃତ୍ୟୁ ଘଟଣାରେ ୨ ସାନଭାଇ, ଭାଇବୋହୂ ଗିରଫ

ସୋର : ଜମିବାଡ଼ିକୁ କେନ୍ଦ୍ରକରି ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ଶେଷରେ ଉଗ୍ରରୂପ ନେଲା । ଗତ ୨୫ତାରିଖ ରାତିରେ ସାନଭାଇର ଶାବଳ ମାଡ଼ରେ ବଡ଼ଭାଇର ମୃତ୍ୟୁ ହେବା ଘଟଣାରେ ୨ସାନ ଭାଇ ଓ ଭାଇବୋହୂକୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ଗ୍ରାମର ବଟକୃଷ୍ଣ ମଳିକଙ୍କ ୫ପୁଅ ମଧ୍ୟରୁ ୨ପୁତ୍ର ଏକାଦଶୀ ଓ କରୁଣାକରଙ୍କର ପୂର୍ବରୁ ମୃତ୍ୟୁଘଟିଥିବା ବେଳେ ଅନ୍ୟ ତିନି ଭାଇ ମହେଶ୍ୱର, ପୂର୍ଣ୍ଣଚନ୍ଦ୍ର ଓ ଗଗନଙ୍କ ମଧ୍ୟରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ହେଲା ବିବାଦ ଲାଗି ରହିଥିଲା । ଗତ ସୋମବାର ଇଜିମାଇଲ୍ ଖଳାରେ କଳେଇ ରଖିବାକୁ ନେଇ ଭାଇମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୁଧବାର ଦିନ ରାତି ୮ଟା ସମୟରେ ପୂର୍ଣ୍ଣଚନ୍ଦ୍ର ଖଳାରେ କଳେଇ ରଖିସାରି ଖୋଲାଯାଇଥିବା ଶାବଳରେ ବାଡ଼ ପୋତୁଥିବା ବେଳେ ବଡ଼ଭାଇ ମହେଶ୍ୱର ସେହି ବାଟ ଦେଇ ଗାଁକୁ ପାଲା ଦେଖିବା ପାଇଁ ଯାଉଥିଲେ । ତାଙ୍କୁ ଦେଖି ପୂର୍ଣ୍ଣଚନ୍ଦ୍ର ଡାକି କଥାହେବା ସମୟରେ ଉଚ୍ଚବାଚ ହୋଇଥିଲା । ଏହି ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କ ହାତରେ ଥିବା ଶାବଳରେ ମହେଶ୍ୱରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ ।

ଗ୍ରାମରେ ପାଲା ହେଉଥିବାରୁ ମହେଶ୍ୱରଙ୍କର ଚିତ୍କାର କେହି ଶୁଣିପାରି ନଥିଲେ । ପରେ ପୂର୍ଣ୍ଣଚନ୍ଦ୍ର ମହେଶ୍ୱରଙ୍କୁ ଘୋଷାରି ଘୋଷାରି ନିକଟସ୍ଥ ଗଡ଼ିଆରେ ପକାଇ ଦେଇଥିଲେ । ଏହାପରେ ସେ ଘରକୁ ଆସି ସ୍ତ୍ରୀ ଯଶୋଦା ଏବଂ ସାନଭାଇ ଗଗନକୁ ଏ ସଂପର୍କରେ ଜଣାଇଥିଲେ । ସେମାନେ ମିଳିମିଶି ପଡ଼ିଥିବା ରକ୍ତଲଗା ଶାବଳ ଏବଂ ତଳେ ପଡ଼ିଥିବା ରକ୍ତକୁ ସଫା କରି ଘର ଭିତରେ ଲୁଚି ରହିଥିଲେ । ତେବେ ସେଦିନ ରାତିରେ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରି ପାଇନଥିଲେ ଓ ପରଦିନ ଗଡ଼ିଆରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ମହେଶ୍ୱରଙ୍କ ପୁତ୍ର ପ୍ରଶାନ୍ତ ସୋର ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ମଧୁମିତା ମହାନ୍ତି, ଏସ୍‌ଆଇ ସୂର୍ଯ୍ୟନାରାୟଣ ନାୟକ, ଏସ୍‌ଆଇ ରାଧାଗୋବିନ୍ଦ ମଢ଼ୁଆଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ୍ ଟିମ୍ ସହିତ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ହତ୍ୟାକାଣ୍ଡରେ ବ୍ୟବହୃତ ଶାବଳ ଓ ରକ୍ତଲଗା ପଥରକୁ ଜବତ କରିବା ସହିତ ସନ୍ଦେହରେ ପୂର୍ଣ୍ଣଚନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଯଶୋଦା ଓ ଗଗନକୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରିବା ପରେ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ବିବରଣୀ ସେମାନଙ୍କଠାରୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking