31.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରେତ ସନ୍ଦେହରେ ଝଡ଼ାଫୁଙ୍କା : ଭୂତ ବଦଳରେ ବାହାରିଲା କରୋନା ପଜିଟିଭ୍

ପ୍ରେତ ସନ୍ଦେହରେ ଝଡ଼ାଫୁଙ୍କା : ଭୂତ ବଦଳରେ ବାହାରିଲା କରୋନା ପଜିଟିଭ୍

ସୋର : ଭୂତ ପ୍ରେତ ଭଳି ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଝଡ଼ାଫୁଙ୍କା ଭଳି କୁସଂସ୍କାର ଆଜିଯାଏଁ ଦୂର ହୋଇପାରୁନାହିଁ । ବିଶ୍ୱ ମହାମାରୀ କରୋନା କାଳରେ ବି ଏମିତି ଅନ୍ଧବିଶ୍ୱାସରେ ଲୋକମାନେ କବଳିତ ଅଛନ୍ତି । ଏମିତି ଏକ ଘଟଣା ଘଟିଯାଇଛି ସୋର କମରପୁର ଗ୍ରାମରେ ରହୁଥିବା ଜଣେ ମୁମ୍ବାଇ ଫେରନ୍ତା ପ୍ରବାସୀଙ୍କ କ୍ଷେତ୍ରରେ । ଅସୁସ୍ଥତା କାରଣରୁ ଯୁବ ପ୍ରବାସୀ ଜଣକ ମୁମ୍ବାଇରୁ ଫେରି ଘରେ ଥିବା ବେଳେ ଜ୍ୱର ମୁଣ୍ଡବିନ୍ଧା ନକମିବାରୁ ତାଙ୍କୁ ୟୁଏନ୍ କଲେଜ ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ପରିବାର ଲୋକେ ତାଙ୍କୁ ପ୍ରେତ ଲାଗିଥିବା ସନ୍ଦେହକରି ଘର ନିକଟରେ ରହୁଥିବା ଜଣେ ଗୁଣିଆକୁ ନେଇ ଏହି ସଂଗରୋଧ କେନ୍ଦ୍ରରେ ଆକ୍ରାନ୍ତଙ୍କ ଝଡ଼ାଫୁଙ୍କା କରିଥିଲେ ।

କିଛି ଉପଶମ ନମିଳିବାରୁ ସ୍ୱାବ୍ ପରୀକ୍ଷା କରାଇବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ପରେ ଘଟଣାଟି ଚର୍ଚ୍ଚାର ପରିସରକୁ ଆସିଛି । ଏବେ ଗୁଣିଆଜଣକ ଆତଙ୍କିତ ଅବସ୍ଥାରେ ଧାଁ ଧପଡ଼ କରିବାରେ ଲାଗିଛି । ବିକଳ ହୋଇ ନିଜର ସ୍ୱାବ ପରୀକ୍ଷା କରିବା ପାଇଁ ବ୍ୟସ୍ତହେବା ଦେଖିବାକୁ ମିଳିଛି । ସମସ୍ତ ସଂଗରୋଧ କେନ୍ଦ୍ରରେ ୧୪୪ଧାରା ଲାଗୁ ହୋଇଥିବାବେଳେ କେଉଁ ପରିସ୍ଥିତିରେ ଗୁଣିଆକୁ ନେଇ ଝାଡ଼ାଫୁଙ୍କା କରାଗଲା ସେ ନେଇ ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରୀ ଘୋଷଣାନୁଯାୟୀ ଏବେ କରୋନା ଲକ୍ଷଣ ପରିଲକ୍ଷିତ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗ କରିବାକୁ ଗାଇଡ୍‌ଲାଇନ୍ ଥିବାବେଳେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଏଭଳି କାର୍ଯ୍ୟ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking