27.1 C
Bhubaneswar
Friday, March 29, 2024
Homeଓଡିଶାମାଟ୍ରିକ୍ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ମାଟ୍ରିକ୍ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ

ଭଞ୍ଜନଗର : ଅଫ୍‌ଲାଇନ୍‌ରେ ମାଟ୍ରିକ୍ ପରୀକ୍ଷା ଦେଲେ ବିଧାୟକ । ମାଟ୍ରିକ୍ ପରୀକ୍ଷା ଦେଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସୋରଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଲେ ।

କରୋନା ଯୋଗୁଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଛି ଅଫଲାଇନ୍ ପରୀକ୍ଷା । ରାଜ୍ୟରେ ୧୫ ହଜାର ୧୩୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମୋଟ ୫୦୪ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହେଉଛି । ତେବେ ଆଜିଠାରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଚେଷ୍ଟା କରିବୁ ବୋଲି ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ।

ଅଫ୍‌ଲାଇନ୍ ମାଟ୍ରିକ ପରୀକ୍ଷା ସମେତ ରାଜ୍ୟ ମୁକ୍ତ ବିଦ୍ୟାଳୟ, ପତ୍ରବିନିମୟ ପାଠ୍ୟକ୍ରମର ବିଭନ୍ନ ବର୍ଗରୁ ମୋଟ ୧୫,୧୫୧ ଛାତ୍ରଛାତ୍ରୀ ପରୀକ୍ଷାଦେବା ଲାଗି ବ୍ୟବସ୍ଥା ହୋଇଛି । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତେବେ କୋଭିଡ୍ ଗାଇଡ୍‌ଲାଇନ୍ ଅନୁଯାୟୀ ପରୀକ୍ଷା କରାଯିବ । ଏଥିଲାଗି ସ୍ୱତନ୍ତ୍ର କୋଭିଡ୍ ସ୍କ୍ୱାଡ୍ ଗଠନ କରାଯାଇଛି । ବିନାମାସ୍କରେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରାଯାଇଛି । ପରୀକ୍ଷା ପୂର୍ବରୁ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସାନିଟାଇଜିଂ ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ, ସ୍କ୍ୱାଡ୍ ପାଇଁ କରୋନା ଟେଷ୍ଟିଂ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଗୋଟିଏ ଆଇସୋଲେସନ୍ ରୁମ୍ ରହିବ, ଯାହା ଆପତକାଳୀନ ପରିସ୍ଥିତିରେ ବ୍ୟବହାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking