27.8 C
Bhubaneswar
Wednesday, April 17, 2024
Homeକରୋନାସୋନୁ ସୁଦ ଆରମ୍ଭ କଲେ 'ଫ୍ରି କୋଭିଡ ହେଲ୍ପ' ଅଭିଯାନ

ସୋନୁ ସୁଦ ଆରମ୍ଭ କଲେ ‘ଫ୍ରି କୋଭିଡ ହେଲ୍ପ’ ଅଭିଯାନ

ମୁମ୍ବାଇ: ବଲିଉଡ ଆକ୍ଟର ସୋନୁ ସୁଦ ଗତବର୍ଷଠୁ କରୋନା ମହାମାରୀ ପାଇଁ ଲାଗିଥିବା ଲକଡାଉନରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଶ୍ରମିକ ଏବଂ ସାହାଯ୍ୟ ଚାହୁଁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି । ପ୍ରବାସୀ ଶ୍ରମିକଙ୍କ ପାଇଁ ସେ ଭଗବାନ ପାଲଟିଛନ୍ତି । ଗାଁ ଓ ସହରକୁ ଫେରୁଥିବା ଲୋକଙ୍କ ପାଇଁ ସେ ରୋଜଗାର ର ବ୍ୟବସ୍ଥା ବି କରୁଛନ୍ତି ।
ଏତିକି ନୁହେଁ, ସୋନୁ ସୁଦ ଗତ କିଛି ଦିନ ହେବ ଗାଁ ସହରରେ ନିଜ ଖର୍ଚ୍ଚରେ ଚିକାକରଣ ବି କରୁଛନ୍ତି । ସୋନୁ ସୁଦ ଏବେ ଶ୍ରମିକ, ଗରିବ ଓ ପ୍ରବାସୀଙ୍କ ପାଇଁ ସରକାରଙ୍କ ଠାରୁ ବି ଅଧିକ ସାହାଯ୍ୟ ପ୍ରଦାନ କରୁଥିବା ପ୍ରମାଣିତ ହୋଇଛନ୍ତି । ସେ ନିଜେ ବି କରୋନା ସଂକ୍ରମିତ ହୋଇସାରିଛନ୍ତି । କରୋନାରୁ ସୁସ୍ଥ ହେବା ପରେ ପୁଣି ଲୋକଙ୍କ ସାହାଯ୍ୟ କରୁଛନ୍ତି ।
ସେ ଏବେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହା ଅନୁସାରେ, ସେ ଲୋକଙ୍କୁ ନିଶୁକ୍ଳ ଡାକ୍ତରଙ୍କ ପରାମର୍ଶ ଉପଲବ୍ଧ କରାଇବେ ଏବଂ ଘରେ ବସି ଲୋକଙ୍କ କରୋନା ଟେଷ୍ଟ ବି କରାଇବେ । ଏଥିପାଇଁ ସେ ‘ଫ୍ରି କୋଭିଡ ହେଲପ’ ନାମକ ଏକ ମିଶନ ଆରମ୍ଭ କରିଛନ୍ତି । ଏହା ତାଙ୍କର ଚାରିଟି ଫାଉଣ୍ଡେସନ ‘ସୁଦ ଚାରିଟି ଫାଉଣ୍ଡେସନ’ ସହିତ ମିଶି ‘ହିଲୱେଲ ୨୪’ ଓ ‘କୃଷ୍ଣା ଡାଏଗ୍ନୋଷ୍ଟିକ’ କରୁଛନ୍ତି ।
ସୋନୁ ସୁଦ ଏକ ଟୋଲ ଫ୍ରି ନମ୍ବର ବି ଜାରି କରିଛନ୍ତି । ଯେଉଁଥିରେ ଡାକ୍ତର ନିଶୁକ୍ଳ କନସଲ୍ଟ କରିପାରିବେ । ଏହାସହିତ ସେ ଏକ ହ୍ୱାଟସଆପ ନମ୍ବର ବି ଜାରି କରିଛନ୍ତି । ଏହାଦ୍ୱାରା ବି ଲୋକେ ଡାକ୍ତରଙ୍କ ସହିତ ସଂପର୍କ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking